ହେଡଲାଇନସ୍:

ଲଗାଣ ବର୍ଷାରେ ବେହାଲ ପଦ୍ମପୁର ଉପଖଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତକାଲି ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥିବା ବର୍ଷା ବର୍ତମାନ ସୁଦ୍ଧା ଥମିବାର ନା ନେଉନାହିଁ । କ୍ରମାଗତ ଭାବରେ ଲଗାଣ ବର୍ଷା ଯୋଗୁଁ ପୁରା ପଦ୍ମପୁର ଉପଖଣ୍ଡ ବେହାଲ ହୋଇ ଗଲାଣି । ଉପଖଣ୍ଡ ର ଅନେକ ସ୍ଥାନରେ ସଡକ ଯୋଗାଯୋଗ ବାଧିତ ହୋଇଛି । ଏହାସହିତ ହଜାର ହଜାର ହେକ୍ଟର ରେ ଫସଲ ମଧ୍ୟ ନଷ୍ଟ ହୋଇଯିବାର ସମ୍ଭାବନା କୁ ମଧ୍ୟ ଏଡାଇ ଦିଆ ଯାଇ ପାରିବ ନାହିଁ । ଅନ୍ୟପଟେ ଅନେକ ଗ୍ରାମରୁ ପ୍ରବଳ ବର୍ଷା କାରଣରୁ ଘର ଭାଙ୍ଗିବା ଖବର ମଧ୍ୟ ହସ୍ତଗତ ହେଉଛି । ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ର ପ୍ରାୟ କୋଡିଏ ଜଣଙ୍କର ଘର ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ଆଜି ପାଇକମାଲ BDO ତଥା ତହସିଲଦାର ପୃଥକ ପୃଥକ ଭାବରେ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀ ଙ୍କର ସହିତ ଆଲୋଚନା କରିବା ସହିତ ବର୍ତମାନ ସ୍ଥିତି ପରଖିଥିଲେ  ।

ଅନ୍ୟପଟେ ପାଇକମାଲ ଝାରବନ୍ଧ ମୁଖ୍ୟ ରାସ୍ତାରେ ଚୁହାପାଳି ଠାରେ ଥିବା ଅଙ୍ଗନଦୀ ପୋଲ ଉପରଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ପାଇକମାଲ ବ୍ଲକ ବାଦିକଣ୍ଟା ପଞ୍ଚାୟତ ଅନ୍ତର୍ଗତ ସାପଲହର ଗ୍ରାମରେ ଥିବା ଜଳସେଚନ ପ୍ରକଳ୍ପର ବନ୍ଧ ରେ ଖାଇ ସୃଷ୍ଟି ହୋଇଯିବା କାରଣରୁ ବନ୍ଧ ତଲମୁଣ୍ଡରେ ବସବାସ କରୁଥିବା ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସକାଳୁ ପାଇକମାଲ ଅତିରିକ୍ତ BDO ଶ୍ରୀ ଭୀଷ୍ମଦେଵ ମାଝୀ ସାପଲହର ଗ୍ରାମକୁ ଯାଇ ବନ୍ୟା ପରିସ୍ଥିତି ର ସମୀକ୍ଷା କରିଥିଲେ । ପାଇକମାଲ BDO ଶ୍ରୀ ସୁରେନ୍ଦ୍ର ମେହେର ଜଣାଇଛନ୍ତି ଯେ ଯଦି ସାପଲହର ପ୍ରକଳ୍ପ ର ତଳମୁଣ୍ଡର ଲୋକଙ୍କୁ ସ୍ଥାନାନ୍ତର କରାଯାଏ ତେବେ ତାଙ୍କର ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ସରିଛି । 

      ଅନ୍ୟପଟେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ବନ୍ୟା ପରିସ୍ଥିତି ର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବାକୁ ସକାଳୁ କ୍ରମାଗତ ଭାବରେ ଉପାଖଣ୍ଡର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରିଛନ୍ତି । ମଧ୍ୟାହ୍ନରେ ଘେସଁ ଥରେ ବନ୍ୟା ରେ ଜଳବନ୍ଦୀ ହୋଇଥିବା ଏକ ପରିବାରକୁ ଉପଜିଲ୍ଲାପାଳ ଙ୍କର ଉପସ୍ଥିତ ରେ ବୋଟ ଯୋଗେ ଉଦ୍ଧାର କରାଯାଇଥିଲା । କ୍ରମାଗତ ଭାବରେ ଲାଗିରହିଥିବା ବର୍ଷା କାରଣରୁ ଅନେକ ଜାଗାକୁ ଯିବା ଅସମ୍ଭବ ହୋଇ ପଡୁଛି ତଥଫି ପ୍ରଶାସନିକ ଅଧିକାରୀ ମାନେ ସବୁ ସ୍ଥାନକୁ ପହଂଛି ଲୋକଙ୍କର ଅସୁବିଧା ବୁଝିବାକୁ କ୍ରମାଗତ ଭାବରେ ଚେଷ୍ଟା ଜରିରଖିଛନ୍ତି । ଲଗାଣ ବର୍ଷା ରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରିବା ପରେ ସରକଙ୍କର ନିୟମ ମୁତାବକ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଶୀଘ୍ର କରାଯାଉ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

0
0
0
s2sdefault