ହେଡଲାଇନସ୍:

ଅନ୍ ଲାଇନ୍ ଜାତୀୟସ୍ତରୀୟ  ସାଇ ଭଜନ ପ୍ରତିଯୋଗିତା : ବରିଷ୍ଠ ବିଭାଗରେ ପାରଳାଖେମୁଣ୍ଡିର ଆଶୁତୋଷ ମିଶ୍ର ଦ୍ୱିତୀୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ , ବସନ୍ତପୁର , କେନ୍ଦ୍ରପଡା ଓ ବେବୀ ବିଙ୍ଗ ପ୍ରିସ୍କୁଲ ରାଉରକେଲାର ମିଳିତ ଆନୁକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟସ୍ତରୀୟ ସାଇ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାକୁ ୩ଟି ବିଭାଗରେ ଯଥା :- ସର୍ବ କନିଷ୍ଠ , କନିଷ୍ଠ ଓ ବରିଷ୍ଠ ବିଭାଗରେ  ବିଭକ୍ତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଛାତ୍ର ଆଶୁତୋଷ ମିଶ୍ର ବରିଷ୍ଠ ବିଭାଗରେ ଏହି ଅନ୍ ଲାଇନ୍ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବର୍ତ୍ତମାନ ଲକ୍ ଡାଉନ୍ ଚାଲିଥିବାରୁ ମାନପତ୍ର ଓ ପୁରସ୍କାର ସ୍ଥାନୀୟ ପାରଳାଖେମୁଣ୍ଡି ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟକୁ ପ୍ରେରଣ କରିଥିଲେ ।

 ଉକ୍ତ ମାନପତ୍ର ଓ ପୁରସ୍କାରକୁ ଶିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଅଧ୍ୟକ୍ଷ  ବାଳକୃଷ୍ଣ ପଟ୍ଟନାୟକ ପ୍ରତିଯୋଗିତାର ବିଜେତା ଆଶୁତୋଷ ମିଶ୍ରଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଦ୍ୱିଜେନ ନାଥ ପାଢ଼ି , ଗୁରୁ ରଘୁନାଥ ପାତ୍ର ଉପସ୍ଥିତ ଥିଲେ।

ଏହି ସଫଳତା ପାଇଁ ପାରଳାର ଅଗ୍ରୀଣ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଆଦର୍ଶ ଦାସ , ମୋନଜ ପାଢ଼ୀ , ତରଙ୍ଗ ରଂଗ ନାଟ୍ୟ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର ଦାସ ,  ଭକ୍ତି ସଙ୍ଗୀତ ସଂସଦର ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ବିଜୟ ପ୍ରଧାନ , ପୂର୍ଣ୍ଣ ରଥ , ରାଜେନ୍ଦ୍ର ରଥ , ସ୍ନିଗ୍ଧା ମିଶ୍ର , ପଦ୍ୟମୃତ ନୃତ୍ୟାୟନର ବିନ୍ଦୁ ପ୍ରିୟା ବେହେରା , ବିଚିତ୍ରା ନନ୍ଦ ବେବର୍ତ୍ତା , ହରିମୋହନ ପଟ୍ଟନାୟକ ,  ସମଲେଇ ନୃତ୍ୟକଳା ପରିଷଦର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଆଶୁତୋଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

0
0
0
s2sdefault