ହେଡଲାଇନସ୍:

ସାରା ଦେଶରେ କରୋନା ଆକ୍ରାନ୍ତ : ୮୫୦୦୦ ଉପରେ ୧୨ ରାଜ୍ୟ, ୯୦୦୦ ତଳେ ୧୧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଆଜି ସକାଳ ଆଠଟା ସୁଦ୍ଧା ସାରାଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୩,୧୦,୨୩୫ ଚିହ୍ନଟ ହୋଇଥିବା ବେଳେ ଏ ଯାବତ ଦେଶରେ ୨୫,୨୩,୭୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୫,୯୯୧  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦,୪୭୨ ରେ ପହଂଚିଛି | 

ଅପରପକ୍ଷରେ ଏଯାବତ ଦେଶରେ ୩,୮୫,୭୬,୫୧୦ ନମୁନା ଯାଞ୍ଚ ହୋଇଥିବା ବେଳେ କାଲି ଅର୍ଥାତ  ଅଗଷ୍ଟ ୧୫ ତାରିଖରେ ୯,୨୪,୯୯୮ ନମୁନା ଯାଞ୍ଚ କରାଯାଇଛି |    ଆଜି ସୁଦ୍ଧା ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧ରୁ  ୯୦୦୦ ମଧ୍ୟରେ  ଥିବା ବେଳେ ସବୁଠାରୁ କମ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି ମିଜୋରାମରୁ ୯୬୭ ଜଣ । ତା ଉପରକୁ ଅଛି ୧୪୮୬ ଜଣ ଚିହ୍ନଟ ହୋଇଛନ୍ତି ସିକିମରେ  । ମିଜୋରାମରେ କେହି ପ୍ରାଣ ହରାଇନଥିବା ବେଳେ ଏହି ୧୧ଟି ରାଜ୍ୟ ମଧ୍ୟରୁ ୬ ଟି ରାଜ୍ୟରେ କରୋନା ମୃତ୍ୟୁ ରହିଛି ଏକ ଅଙ୍କରେ  ।

ସେହିପରି ୧୨ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୯୦୦୦ରୁ ୮୫୦୦୦ ମଧ୍ୟରେ  । ଏହି ତାଲିକାର ସବାତଳେ ଅଛି ତ୍ରିପୁରା  । ସେଠାରୁ ୯୯୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୮୫ ଜଣ ପ୍ରାଣ ହରାଇଛନ୍ତି  । ଏହି ୧୨ଟି ରାଜ୍ୟ ମଧ୍ୟରୁ  ଦୁଇଟି ରାଜ୍ୟ ମଧ୍ୟପ୍ରଦେଶ ଓ ପଞ୍ଜାବରେ ମୃତ୍ୟୁ ସଂଖ୍ୟା ୪ ଅଙ୍କ ଅତିକ୍ରମ କଲାଣି  । 

ଆଜି ସକାଳ ୮ ଟା ସୁଦ୍ଧା ଉପଲବ୍ଧ ତଥ୍ୟ ଆଧାରରେ  ୮୫୦୦୦ରୁ ଅଧିକ ଆକ୍ରାନ୍ତ  ଚିହ୍ନଟ ହୋଇଥିବା  ତାଲିକାରେ ଅଛନ୍ତି ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ  ।  ଏହି ତାଲିକାର ସବା ତଳେ ଅଛି ଓଡିଶା  । ଏହି ତାଲିକାର ସବା ଉପରେ  ରହିଛି ମହାରାଷ୍ଟ୍ର ମୋଟ ୭,୧୮,୭୧୧ କରୋନା  ଆକ୍ରାନ୍ତ  ଓ ୨୩୦୮୯ କରୋନା ମୃତ୍ୟୁ ସହ  । ଦ୍ୱିତିୟ  ସ୍ଥାନରେ ଅଛି ତାମିଲନାଡୁ ୩,୯.୨୬୧ ଆକ୍ରାନ୍ତ ଓ ୬୮୩୯ ମୃତ୍ୟୁ ସହ  । 

0
0
0
s2sdefault