-
ତୃତୀୟ ଦିନରେ ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ବୈଠକ
-
ଉତ୍ତର ଦକ୍ଷିଣ ପରେ ଉପକୂକ ଜିଲ୍ଲା ଯୁବ ଛାତ୍ର ନେତାଙ୍କୁ ଦେଲେ ସଂଗଠନ ମନ୍ତ୍ର
-
କୋଭିଡ ସମୟରେ ଅଧକ ଚଳଚଞ୍ଚଳ ହୋଇ ଗରିବ, ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବାକୁ ବବିଙ୍କ ପରାମର୍ଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳର ତୃତୀୟ ଦିନର ସମୀକ୍ଷା ସମ୍ପର୍କୀୟ ଭର୍ଚ୍ୟୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶା ପରେ ଆଜି ଉପକୂଳ ଓଡିଶାର ୩ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ ଏବଂ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି । ଏହି ଭର୍ଚ୍ୟୁଆଲ ବୈଠକରେ ପାଖାପାଖିଏକ ହଜାର ଯୁବ ଓ ଛାତ୍ରନେତା ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ ।
ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ସଙ୍ଗଠନ ) ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, ପ୍ରଭୁ ଶ୍ରୀ ଲିଙ୍ଗରାଜମନ୍ଦିର, କଟକ ସ୍ଥିତ ଏସସିବି ବଡମେଡିକାଲ୍ଏବଂଓଡିଶାର ସମସ୍ତ କୀର୍ତ୍ତିରାଜିର ସୁରକ୍ଷା,ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କ୍ଷେତ୍ରରେ ସରକାରଙ୍କୁ ପ୍ରସଂଶା କରିବା ସହିତ ପୂର୍ବଗୌରବ ଓ ଏହି ଓଡିଆ ଜାତିର କୀର୍ତ୍ତିନାମାକୁ ପୁନର୍ଜ୍ଜିବିତ କରିବାରେ ଯୁବଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଯୁବ ଛାତ୍ର ନେତାମାନେ ଆହୁରି ଚଳଚଞ୍ଚଳ ହୋଇ କୋଭିଡ ସମୟରେ ଗରିବ, ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ଉଦ୍ଦେଶ୍ୟରେ ସଙ୍କଳ୍ପ ବଦ୍ଧ ଜୋଇଁ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ| ଆଗାମୀ ଦିନରେ ହେବାକୁ ଥିବା ଅନ୍ୟାନ୍ୟ ଜିଲ୍ଲାର ସମୀକ୍ଷା ବୈଠକକୁ ଆହୁରି ବ୍ୟାପକ କରିବା ପାଇଁ ଉତ୍ସାହିତ କରିଥିଲେ ।
ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥା ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ରବ୍ୟାପାର) ତଥା ବିଧାୟକଚାନ୍ଦବାଲି ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତିଶ୍ରୀ ଅମରେଶ ପତ୍ରୀଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।