ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଥିବା ସି.ଏଚ୍.ସି ରେ କାର୍ଯ୍ୟରତ ପ୍ରଥମ କରୋନା ଯୋଦ୍ଧା ଯୁବ ଡାକ୍ତର ଏମ୍. ଶିବରାମ ତାଙ୍କର ପ୍ଲାଜମା ଦାନ କରିଥିବା ଜଣାଯାଇଛି ।
ଯୁବ ଡାକ୍ତର ଏମ୍ . ଶିବରାମ , ମୋହନା ବ୍ଲକର କାଳିଆପଟା ଠାରେ ଥିବା କୋଭିଡ୍ କେୟାର ସେଣ୍ଟରର ଦ୍ୱାୟିତ୍ୱ ରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା ଯେ , ଡାକ୍ତର ଏମ୍ . ଶିବରାମ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲେ l ହେଲେ ପରେ କିନ୍ତୁ ଡାକ୍ତର ଏମ୍. ଶିବରାମ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଲା ପରେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଲାଜମା ଦାନ କରିବା ପାଇଁ କୋରନା ଯୋଦ୍ଧା ମାନଙ୍କୁ ଯେଉଁ ଆହ୍ବାନ ଦେଇଥଲେ , ତାକୁ ଆଧାର କରି ଗଜପତି ଜିଲ୍ଲାର ପ୍ରଥମ କୋରନା ଯୋଦ୍ଧା ଭାବେ ଡାକ୍ତର ଏମ୍ . ଶିବରାମ , ବ୍ରହ୍ମପୁର ସ୍ଥିତ ଏମ୍. କେ. ସି. ଜି ବ୍ଲଡବ୍ୟାଙ୍କ ରେ ତାଙ୍କର ପ୍ଲାଜମା ଦାନ କରିଛନ୍ତି l
ଅନ୍ୟପକ୍ଷରେ ଡାକ୍ତର ଏମ: ଶିବରାମ ତାଙ୍କର ପ୍ଲାଜମା ଦାନ କରିବା ପରେ , ଯେଉଁ ମାନେ କରୋନା ସଂକ୍ରମଣର ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି , ସେମାନେ ମଧ୍ୟ ସେମାନଙ୍କ ପ୍ଲାଜମା ଦାନ କରିବା ପାଇଁ ଏବଂ ଅନ୍ୟର ଜୀବନ ବଞ୍ଚାଇବା ଦିଗରେ ବିଶେଷ ଭାବେ ସହାୟକ ହେବା ପାଇଁ ଡ: ଶିବରାମ ଅନୁରୋଧ କରିଛନ୍ତି।