ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବହଳଦାରୋଡ ରେଳ ଷ୍ଟେଷନ ପରିସରରେ ଚାଲିଥିବା ଷ୍ଟେଷନ ଘର,ଟିକଟ କାଉଣ୍ଟର ଗୃହ ପ୍ରଭୃତ୍ତି ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
ନିର୍ମାଣଧିନ ଗୃହର ପ୍ଲିନଥ ଲେବେଲ୍ ପରେ ବାଲି,ଗେଟି ଭର୍ତ୍ତି କରାଯିବା ବଦଳରେ ମାଟି ଭର୍ତ୍ତି କରାଯାଇଥିଲା ବେଳେ ବର୍ତ୍ତମାନ କାର୍ଯ୍ୟାଦେଶର ମାନଦଣ୍ଡ ଉଲ୍ଲଂଘନ କରାଯାଇ ଛାତ ପକାଇବାକୁ ସେଣ୍ଟ୍ରିଂ ପାଇଁ ଲୁହା ପାଇପ ବଦଳରେ ବାଉଁଶ ଖୁଣ୍ଟ ଲଗାଯାଇଥିବା ଦେଖିବାକୁ ମିଳୁଛି ଫଳରେ ଛାତ ଢଳେଇ ହେଲେ ବାଉଁଶ ଖୁଣ୍ଟ ଦବିଯାଇ ବଙ୍କା ହେବାର ସମ୍ଭାବନା ରହୁଛି ଯେଉଁଥିରେ ଛାତ ମଧ୍ୟ ଦବିଯିବାର ଆଶଙ୍କା କରା ଯାଉଛି।ଏହିପରି ବିଭିନ୍ନ ପ୍ରକଳ୍ପ ଗୁଡିକରେ ନିମ୍ନ ମାନର କାର୍ଯ୍ୟ ହେଉଥିଲାବେଳେ ନିରିହ ଆଦିବାସୀ ଶ୍ରେଣୀର ସ୍ଥାନୀୟ ଶ୍ରମିକ ମାନଙ୍କୁ ଧାର୍ଯ୍ୟ ପାରିଶ୍ରମିକ ଠାରୁ କମ୍ ପାରିଶ୍ରମିକ ଦିଆଯାଉଥିବା ନେଇ ଅଭିଯୋଗ ହୋଇ ଆସୁଛି।ରେଳ ବିଭାଗ ପକ୍ଷରୁ ଥିବା ଅଞ୍ଚଳର ଏକମାତ୍ର ଖେଳ ପଡିଆରେ ଉକ୍ତ ସିମେଣ୍ଟ ସ୍ଲିପର ଗୁଡିକୁ ଗଚ୍ଛିତ କରି ରଖାଯିବା ଓ ଫଟାଇବା ଦ୍ବାରା ଖେଳ ପଡିଆଟି କ୍ଷତିଗ୍ରସ୍ତ ହୋଇ ନଷ୍ଟ ହେଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ଖେଳରୁ ବଞ୍ଚିତ ହେବା ସହ ଏଠାରେ ଥିବା ୨'ଟି ହାଇସ୍କୁଲ,ଏମ.ଇ ସ୍କୁଲ ଓ ୟୁପି ସ୍କୁଲ ଗୁଡିକର ବାର୍ଷିକ ଖେଳ ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇ ଆସୁଥିଲାବେଳେ ବର୍ତ୍ତମାନ ତାହା ସମ୍ଭବ ହୋଇ ପାରୁନାହିଁ। କେତେକ ସ୍ଥାନୀୟ କର୍ମଚାରୀ ଓ ଠିକାଦାର'ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଖୋଲାଖଲି ଭାବେ ଏପରି ନିମ୍ନ ମାନର କାର୍ଯ୍ୟ ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ସପ୍ତାହକୁ ୨'ଦିନ ସମଗ୍ର ଅଞ୍ଚଳରେ ଶନିବାର ଓ ରବିବାର ଦିନ କଡାକଡି ଭାବେ ସର୍ଟଡାଉନ ପାଳନ କରାଯାଉଥିଲା ବେଳେ ଏଠାରେ ସରକାରୀ ଆଦେଶକୁ ଓ ଆଇନକୁ ଖୋଲାଖଲି ଭାବେ ଉଲ୍ଲଂଘନ କରାଯାଇ ସ୍ଥାନୀୟ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟଜିତ କରାଯାଉଛି।ତେବେ ଏନେଇ ଉଚ୍ଚସ୍ତରୀୟ ଯାଞ୍ଚ କରାଯିବାକୁ ସାଧାରଣରେ ଦାବି କରାଯାଉଛି।
ସେହିପରି ରେଳ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଥିବା ପୂଜା ମଣ୍ଡପରେ ଅଞ୍ଚଳର ପ୍ରସିଦ୍ଧ ଦୂର୍ଗାପୂଜା,କାଳିପୂଜା,ଗଣେଶପୂଜା ଆଦି ଏଠାରେ ପ୍ରତ୍ୟକ ବର୍ଷ ଆୟୋଜିତ ହୋଇଥାଏ।ଏଥିରେ ଲୋକଙ୍କ ଆସ୍ଥା ଓ ଭାବନା ଜଡିତ ଥିବାବେଳେ କେତେକ ସ୍ଥାନୀୟ ରେଳ କର୍ମଚାରୀଙ୍କ ଦ୍ବାରା ଠିକାଦାରଙ୍କୁ ଖୁସି କରିବାକୁ ଯାଇ ଉକ୍ତ ପୂଜା ମଣ୍ଡପକୁ ଗୋଦାମ ଘର ପରି ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।ଯାହାଫଳରେ ସେଠାରେ ବିଭିନ୍ନ ସରଞ୍ଜାମ ସହିତ କାଠ,ପଟା ଇତ୍ୟାଦି ଭର୍ତ୍ତି କରାଯାଇ ପୂଜା ମଣ୍ଡପକୁ କ୍ଷତିଗ୍ରସ୍ତ କରାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ସମ୍ପ୍ରଦାୟ ତଥା ଅଣ ହିନ୍ଦୁ ସମ୍ପ୍ରଦାୟର ଶ୍ରମିକ ମାନଙ୍କୁ ପୂଜା ମଣ୍ଡପରେ ରାତ୍ରୀ ଯାପନ ବା ଆଶ୍ରୟସ୍ଥଳି ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏ ନେଇ ମଝିଗାଁ ଗ୍ରାମର ବାବଲୁ ଲୋହାର,ନଗେନ୍ଦ୍ର ବାରିକ ଓ ରାଜେଶ୍ ମାର୍ଣ୍ଡି ପ୍ରମୁଖ ଗଣ ମାଧ୍ୟମରେ ଅଭିଯୋଗ କରିଥିଲାବେଳେ ଯଥାଶୀଘ୍ର ଉକ୍ତ ପୂଜା ମଣ୍ଡପକୁ ଖାଲି କରାଯିବାକୁ ସାଧାରଣରେ ଦାବି ହେଉଛି।ଏଣୁ ବର୍ତ୍ତମାନ ଉକ୍ତ ଅଭିଯୋଗ ଗୁଡିକ ପ୍ରତି ଧ୍ୟାନ ଦେଇ ରେଳ ବିଭାଗ ପକ୍ଷରୁ ବିଭାଗୀୟ ଯାଞ୍ଚ ପୂର୍ବକ ସମସ୍ୟା ଗୁଡିକର ସମାଧାନ କରାଯିବାକୁ ସାଧାରଣରେ ଦାବି ହେଉଛି।