କୋଭିଡ କଟକଣା କାରଣରୁ ଅନଲାଇନରେ ଅନୁଷ୍ଠିତ ହେଲା କାର୍ଯ୍ୟକ୍ରମ
ମାଲକାନଗିରି/ବି. ଶ୍ରୀନିବାସ ପାତ୍ର- ମାଲକାନଗିରି ଆନୁକୁଲ୍ୟରେ ଆଜି ଅନଲାଇନ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ ଅମରେଶ ନାୟକ , ଅଧ୍ୟାପକ ମାଲକାନଗିରି କଲେକ , ମାଲକାନଗିରି ଡା . ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ସଚେତନ କରାଇଥିଲେ । ସଚେତନତା କାର୍ଯ୍ୟକ୍ରମରେ ଅନଲାଇନ ଉପସ୍ଥିତ ଥିବା ଜନ ପାରାଲିଗାଲ ସ୍ଵେଛାସେବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚିବ ଶ୍ରୀ ଅମରେଶ ନାୟକ ଏବଂ ଅଧ୍ୟାପକ ଡା ରଞ୍ଜନ କୁମାର ସ୍ବାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତିତ ବିଭିନ୍ନ ସମାଜ ମଙ୍ଗଳ ଯୋଜନା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା , ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା , ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା , ଇନ୍ଦିରା ଗାନ୍ଧୀ ମାତୃତ୍ବ ସହଯୋଗ ଯୋଜନା , ମଧ୍ୟାହ୍ନ ଭୋଜନ ଯୋଜନା, ଓଡିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା , ବିଜୁ କୃଷକ କଲ୍ୟାଣ ଯୋଜନା, ମଧୁବାବୁ ପେନ୍ସନ ଯୋଜନା , ଆହାର ଯୋଜନା ଉପରେ ଆଲୋକ ପାତ କରାଇଥିଲେ |
କିଶୋର ନ୍ୟାୟ ( ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା )ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧ୍ୟକାର ଅଧିନିୟମ, କନ୍ୟା ସନ୍ତାନର ମହତ୍ୱ , ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ ( ଲିଙ୍ଗ ଚୟନ ନିଷେଧ ) ଅଧିନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ପାରିବାରିକ ଘରୋଇ ହିଂସା , ଯୌତୁକ ନିର୍ଯ୍ୟାତନା , ଲିଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା ପ୍ରଦାନ କରିପାରିବେ ସେହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୫ରୁ ଉର୍ଦ୍ଧ ସ୍ଵେଛାସେବୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ମହିଳାଙ୍କ ସମ୍ପତିଗତ ଅଧିକାର , ସାମ୍ବିଧାନିକ ଅଧିକାର , ଭରଣ ପୋଷଣ ଆଇନ ଉପରେ ସଚେତନ କରାଇଥିଲେ । ଶେଷରେ ଆଇନ ସେବା ପ୍ରାକରଣର ସଚିବ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାସହିକରଣ ର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା , ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ଵାରା ପ୍ରଦର ୧୦ ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ | ବର୍ତ୍ତମାନ ଚାଲିଥିବା କୋରନା ମହାମାରୀରୁ କିପରି ନିଜକୁ ସୁରକ୍ଷା କରିପାରିବା ତାହା ଉପରେ ସଂକ୍ଷେପରେ ପରାମର୍ଶ ଦିଆଯାଇଥିଲା ।