ହେଡଲାଇନସ୍:

ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଭଣ୍ଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ସକାଳୁ ସକାଳୁ ସୋସିଆଲ ମିଡିଆରେ ଭଣ୍ଡା ଦର୍ଶନ | ଏମିତି ସେମିତି ଭଣ୍ଡା ନୁହଁ | ମନ୍ତ୍ରୀଙ୍କ ବାଡ଼ିର ଭଣ୍ଡା ସିଏ | ଆଉ ମନ୍ତ୍ରୀ ନିଜେ ସେ ଭଣ୍ଡାକୁ ଧରି ଫଟ ଉଠାଇ ସୋସିଆଲ ମିଡିଆରେ ପକାଇଛନ୍ତି | 

ସକାଳୁ ସକାଳୁ କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ ଗୋଟେ ଭଣ୍ଡା ଧରି ଫଟୋଟିଏ ସୋସିଆଲ ମିଡିଆରେ ଛାଡିଛନ୍ତି | ଫଟା ତା ବି ଭାଇରଲ ହେଉଛି |  ଭଣ୍ଡାଟି ହେଉଛି  ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଥିବା ବାଡ଼ିର | ତାହା ଯେଉଁଛି ଗୋଟେ  ନୂଆ ଗଛର ନୂଆଫଳ, ଆଉ ସେଥିପାଇଁ ମନ୍ତ୍ରୀ ତାକୁ ତୋଳିଥିଲେ ନୂଆ ଖାଇ ଦିନ | ପାଖାପାଖି ୨ କେଜି ହେବ ସେ ଭଣ୍ଡାର ଓଜନ ବୋଲି କୁହାଯାଇଛି | ଗଛଟି ମନ୍ତ୍ରୀ ନିଜେ  ୫ ମାସ ପୂର୍ବରୁ ଲଗାଇଥିଲେ | ଆଉ ୫ମାସ ଭିତରେ ଗଛ ବଡ ହୋଇ ସେଥିରେ ଫଳ ହୋଇଛି । ଭଣ୍ଡା କେବଳ ମନ୍ତ୍ରୀଙ୍କ ବାଡ଼ିରେ ଫଳୁଛି, ଆଉ କାହା ବାଡ଼ିରେ ଫଳୁନି ତା ନୁହେଁ | ହେଲେ ନିଜେ ଲଗାଇଥିବା ଗଛରେ ଫଳଟିଏ ଦେଖିଲେ  ନିହାତି ଭାବେ ମନରେ ଆନନ୍ଦ ଆସିବ |  ଏହା ମନ୍ତ୍ରୀ ଡ଼ ସାହୁଙ୍କ ପାଇଁ ବ୍ୟକ୍ତିଗତ ଆତ୍ମ ସନ୍ତୋଷ ହୋଇଥାଇ ବି ପାରେ | ଅନ୍ୟମାନଙ୍କ ପରି ନିଜେ ଲଗାଇଥିବା ଗଛର ଫଳଟିଏ ପାଇବାବାର ଆନନ୍ଦକୁ ମନ୍ତ୍ରୀ ପ୍ରତିଫଳିତ କରିଥାଇପାରନ୍ତି  | ଏହା ପଛରେ କାହା ଦୃଷ୍ଟିରେ ପ୍ରଚାର ବି ଦେଖା ଯାଉଥାଇ ପାରେ | ହେଲେ ଏହା ପଛରେ ରହିଛି ଗୋଟାଏ ସାମାଜିକ ବାର୍ତ୍ତା | 

ରାଜ୍ୟର କୃଷିମନ୍ତ୍ରୀ ଭାବେ ତାଙ୍କର ଏହି ଫୋଟୋ ଅନ୍ତତଃ କିଛି ଲୋକଙ୍କ ପାଇଁ ପ୍ରେରଣା ହେବ ଗଛଟିଏ ଲଗାଇବା ପାଇଁ | ଆଉ ମନ୍ତ୍ରୀଙ୍କ ଏହି ଫୋଟୋ ପୋଷ୍ଟ କରିବା ପଛରେ ମହତ ଉଦ୍ଦେଶ୍ୟ ସେଇଆ ଥିବା ! ନହେଲେ ବର୍ତ୍ତମାନ ଯୋଉ ସମାଲୋଚନା ବା troll ଯୁଗ ହେଲାଣି, କିଏ କାହିଁକି ଭଣ୍ଡା, ପଣସ କଖାରୁ କାକୁଡି ଧରି ଫୋଟୋ ଉଠାଇବ ! ପୁଣି ଜଣେ ମନ୍ତ୍ରୀ ଭଣ୍ଡାଟେ ଧରି ଫୋଟୋ ଉଠାଇବେ ଆଉ ସୋସିଆଲ ମିଡିଆରେ ପୋଷ୍ଟ କରିବେ | 

ଆଶା, କିଛି ଲୋକ ଏ ଫୋଟୋ ଦ୍ୱାରା ପ୍ରେରିତ ହେବେ | ସୋସିଆଲ ମିଡିଆରେ ୟାକୁ ତାକୁ ସମାଲୋଚନା କରିବା , ପରା ଛିଦ୍ର ଖୋଜିବା ତଥା ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିବା ବଦଳରେ  ନିଜେ ଗଛ ଲଗାଇ ନିଜ ଫଳକୁ ଏମିତି ପୋଷ୍ଟ କରି ଅନ୍ୟମାନଙ୍କୁ ବି ପ୍ରୋତ୍ସାହିତ କରନ୍ତୁ ଆଉ ସମସ୍ତଙ୍କୁ ମାଟି ଓ ପ୍ରକୃତି ମନସ୍କ କରିବାର ଶୃଙ୍ଖଳ ପ୍ରକ୍ରିୟା ଜାରି ରହୁ | 

ଆଶା କରାଯାଉଛି ରାଜ୍ୟ କୃଷି ଓ ଶିକ୍ଷା ମନ୍ତ୍ରୀଙ୍କ  ଏହି ଫୋଟୋ ଦେଖି  ତାଙ୍କ ଦେଖାଶିଖା ଆଜିର କିଛି ଶିକ୍ଷିତ ଯୁବକ ଯୁବତୀ  ନିଜ ବାଡ଼ିରେ ଅନ୍ତତଃ ଫଳ ଗଛଟିଏ ଲଗାଇବେ !!  ଆଉ ସେ ଫଳକୁ ସୋସାଲ ମିଡିଆରେ ପୋଷ୍ଟ କରିବେ |  ଯଦି ମନ୍ତ୍ରୀ ଲଗାଇ ଫଳଟିଏ ତୋଳି ଆତ୍ମ ସନ୍ତୋଷ ପାଉଛନ୍ତି ତେବେ ଅନ୍ୟମାନେ କାହିଁକି ତାହା ପାରିବେ ନାହିଁ !! 

 

0
0
0
s2sdefault