ହେଡଲାଇନସ୍:

ବ୍ରିଜ୍ ଉପରେ ବିରାଟ୍ ଗାତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ -: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ର ବିଶିପାଲି ଛକ  ଠାରୁ  ସୋନପୁର ଜିଲ୍ଲାକୁ  ସଂଯୋଗ କରିଥିବା ୨୪ ନମ୍ବର ଜାତୀୟ ରାଜପଥ ରାସ୍ତାର ଧଉରାଖମଣ ଗ୍ରାମ ନିକଟସ୍ଥ ଶଗଡିଆ ବ୍ରିଜ୍ ଉପରେ ଏକ ବିରାଟ ଗାତ ସ୍ରୁଷ୍ଟି ହୋଇଛି I ସାମାନ୍ୟ ବର୍ଷା ହେଲେ ଏହି ଖାଲରେ ପାଣି ମଧ୍ୟ ଜମି ରହିଥାଏ I ଫଳରେ ରାସ୍ତାରେ ଯାତାୟତ କଲାବେଳେ ଖାଲଟି ଠିକ୍ ଭାବରେ ଜାଣି ହୁଏ ନାହିଁ I ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ବିଭିନ୍ନ ପ୍ରକାର ଗାଡିମଟର ,ସାଇକେଲ ,ବାଇକ , ଆରୋହି ମାନେ ଯାତାୟତ କରିଥାନ୍ତି I ସ୍କୁଲ କଲେଜ୍ ଛାତ୍ରଛାତ୍ରୀ ଏବଂ ବ୍ୟାଙ୍କ , ଡାକ୍ତରଖାନା , କୃଷି କାର୍ଯ୍ୟାଳୟ ଆଦିକୁ ବିଭିନ୍ନ କାର୍ଯ୍ୟରେ ଲୋକ ମାନେ ବହୁ ସମୟରେ ଆସୁଥିବା ବେଳେ ଏହି ଖାଲ ରେ ପଡି ଖଣ୍ଡିଆ ଖାବରା ଓ କେତେକ ସ୍ଥଳରେ ଗୁରୁତର ହେବା ମଧ୍ୟ ନଜର ରହିଛି Iଏହି ରାସ୍ତା ଦେଇ ବିଭାଗର ଅଧିକାରୀ ମାନେ ମଧ୍ୟ ଯାତାୟତ କରୁଥିଲେ ହେଁ ଏହି ଖାଲର ମରାମତି ଦିଗରେ କେହି ଧ୍ୟାନ ଦେଉନଥିବା ରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି I ଖାଲର ଆକାର ଦିନକୁ ଦିନ ବ୍ରୁଦ୍ଧି ପାଉଥିବା ଯୋଗୁଁ ଏଠାରେ ଆହୁରୀ ବଡ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି I ଏଣୁୁ ତୁରନ୍ତ ଏହି ଖାଲର ମରାମତି ଦିଗରେ ସଂପ୍ରୁକ୍ତ ବିଭାଗ ଦ୍ରୁଷ୍ଟି ଦେବାକୁ ଜନ ସାଧାରଣ ରେ ଦାବି ହୋଇଛି I

0
0
0
s2sdefault