ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ଓ ଅନୁମୋଦନ କରା ଯାଇଥିବା "ରାଷ୍ଟ୍ରୀୟ ନିଯୁକ୍ତି ସଂସ୍ଥା" ପ୍ରତି ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ମହଲରେ ସ୍ୱାଗତ କରାଯିବା ସହ ଭୁୟସୀ ପ୍ରଶଂସା କରାଯାଇଛି ।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ଜିତେନ୍ଦ୍ର ନାଥ ପଟ୍ଟନାୟକ କହିଛନ୍ତି କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ନିଯୁକ୍ତି ଆଶାୟୀ ମାନଙ୍କ ଜଟିଳତା ଦୂର ହେବାସହ ଛାତ୍ରଛାତ୍ରୀ ମାନଙ୍କ ନିଯୁକ୍ତି ବ୍ୟୟକୁ କମାଇବାରେ ବିଶେଷ ସହାୟକ ହେବ ଏବଂ ପିଲାମାନେ ଯେଉଁ କର୍ମ ନିଯୁକ୍ତି ପାଇଁ ଥିବା ଆଶାୟୀ ପ୍ରାର୍ଥୀ ଏହାଦ୍ୱାରା ବହୁଳ ଭାବେ ଉପକୃତ ହୋଇ ପାରିବେ ।
ମୁଖ୍ୟତଃ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କ ଅଧିନସ୍ତ ଯେଉଁସବୁ ସଂସ୍ଥା ଯଥା:- ରେଳବାଇ , ଆରବିଆଇ , ଏଏସ୍ ସି , ବ୍ୟାଙ୍କିଙ୍ଗ ପ୍ରଭୃତି ରହିଛି ଏବଂ ସେଥିରେ ନିଯୁକ୍ତି ପାଇଁ ଯେଉଁ ପରୀକ୍ଷା ସବୁ ଆୟୋଜିତ ହୋଇଥାଏ , ସେଥିପାଇଁ ପିଲାମାନଙ୍କୁ ଆବେଦନ କରିବା ପରେ ପରୀକ୍ଷା ଦେବା ପାଇଁ ବିଭିନ୍ନ ଜାଗାକୁ ଯିବାକୁ ପଡିଥାଏ । ଏହାଦ୍ୱାରା ପିଲା ମାନଙ୍କ ସମୟ , ସୁଯୋଗ , ଅର୍ଥ ସବୁକିଛି ଅଯଥା ଭାବେ ଅପଚୟ ହେଉଥିଲା , ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ପଦ୍ଧତିର ନିଷ୍ପତ୍ତି ଫଳରେ ସେ ସବୁ ବଞ୍ଚିଯିବ , ଏହା ଦ୍ବାରା ପିଲାମାନେ ବିଶେଷ ଭାବେ ଉପକୃତ ହେବେ ବୋଲି କହିଛନ୍ତି ।
ସେହିଭଳି ପାରଳାଖେମୁଣ୍ଡି ସହରରେ ଥିବା ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡଃ .ଭାରତୀ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି କହିଛନ୍ତି ଯେ , କେନ୍ଦ୍ର ସରକାର ଏହି "ରାଷ୍ଟ୍ରୀୟ ନିଯୁକ୍ତି ସଂସ୍ଥା" ଗଠନ କରି ଭାରତ ଦେଶର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯେଉଁ ଉପହାର ପ୍ରଦାନ କରିଛନ୍ତି , ବାସ୍ତବିକ ଭାବେ କେନ୍ଦ୍ର ସରକାରଙ୍କ ଏହା ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ । ଏହା ଛାତ୍ରଛାତ୍ରୀ ମାନଙ୍କ କର୍ମ ନିଯୁକ୍ତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ।
ମୁଖ୍ୟତଃ ଭାବେ କେନ୍ଦ୍ର ସରକାରଙ୍କ ଅଧିନସ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଗୁଡିକ ଯେଉଁ ରହିଛି , ସେଠାରେ ଚାକିରୀ ପାଇବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ପରୀକ୍ଷା ଦେବାକୁ ପଡୁଥିଲା , ଏହା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଅଯଥା ସମୟ ନଷ୍ଟ ହେଉଥିବା ସହ ସେମାନେ ଆର୍ଥିକ ଓ ମାନସିକ ସ୍ତରରେ ଏବଂ ବିଭିନ୍ନ ସ୍ତରର ଚାପଗ୍ରସ୍ତ ହେଉଥିଲେ । ବର୍ତ୍ତମାନ କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ନୀତି ଓ ପଦ୍ଧତି ଦ୍ୱାରା ତାହା ଆଉ ହେବନି ଏବଂ ଛାତ୍ରଛାତ୍ରୀ ବହୁତ ଉପକୃତ ହେବେ ବୋଲି କହିଥିଲେ