ହେଡଲାଇନସ୍:

ଚିନ୍ତା ରେ ମୂର୍ତ୍ତି କାରିଗର , ବୁଡିଗଲା ବେପାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-କରୋନା ମାଡ଼ରେ ଜର୍ଜରିତ ମୂର୍ତ୍ତି ବଜାର ,  ଚିନ୍ତାରେ ମୂର୍ତ୍ତି କାରିଗର ।  କଣ କରିବେ ବାଟ ଦିଶୁନି କାରିଗରଙ୍କୁ । ସାହୁକାରଠୁ ସୁଧରେ ଟଙ୍କା ଆଣି  ତିଆରି କରିଥିଲେ ଗଣେଶ ମୂର୍ତ୍ତି । ଆଶା ଥିଲା ଦୁଇ ପଇସା ରୋଜଗାର କରି ପରିବାର ପୋଷିବେ। ହେଲେ  କରଜରେ ବୁଡ଼ିଗଲେ । ଏଠାରେ ସୂଚନା ଥାଉ କି ମହାମାରୀ କରୋନାର ସଂକ୍ରମଣ ଭୟରେ ଏ ବର୍ଷ  ସାର୍ବଜନୀନ ଗଣେଶ ପୂଜା ଉପରେ କଟକଣା ଲାଗୁ କରାଯାଇଛି। ସ୍କୁଲ୍ କଲେଜ ବନ୍ଦ ଥିବା ଯୋଗୁଁ ମୂର୍ତ୍ତି ବିକ୍ରି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ପାଳନ କରିବା ପାଇଁ କଟକଣା ଥିବାରୁ ପେଣ୍ଡାଲ  ବସିବନି । ତେଣୁ ମୂର୍ତ୍ତି ବିକ୍ରି ହୋଇ ପାରିନାହିଁ।  ମୂର୍ତ୍ତୀ କାରିଗରଙ୍କ ଚିନ୍ତା ସାହୁକାର ଠାରୁ ଆଣିଥିବା କରଜ ପରିଶୋଧ କରିବେ କିପରି? ଅନ୍ୟ ପକ୍ଷରେ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇ ପଡ଼ିବ। ।

ସୂଚନାଯୋଗ୍ୟ ଯେ,  ଝାରସୁଗୁଡ଼ା ସହରକୁ ଅନେକ କାରିଗର ପ୍ରତ୍ୟେକ ବର୍ଷ ଅନେକ କାରିଗର ପରିବାର ମୂର୍ତ୍ତି ତିଆରି କରି ନିଜ ପେଟ ପାଟଣା କରିଥାନ୍ତି। ଏଥିପାଇଁ ସେମାନେ କରଜ ମଧ୍ୟ କରିଥାନ୍ତି। କିନ୍ତୁ କୋରୋନା ପ୍ରଭାବରୁ ଏ ବର୍ଷ ଏମାନଙ୍କ ବ୍ୟବସାୟ ସଂପୂର୍ଣ୍ଣ ଭାବରେ ବୁଡ଼ିଯାଇଛି। ତେଣୁ ଏମାନଙ୍କ ପାଇଁ ବର୍ତ୍ତମାନ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ମୂର୍ତିକାର ମାନେ ଜିଲ୍ଲା ପ୍ରଶାସନ ଉପରେ ଆସ୍ଥା କରି ବସିଛନ୍ତି। ସେମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛନ୍ତି ତାଙ୍କୁ ଏ ବିପତ୍ତିରୁ ରକ୍ଷା କରିବା ପାଇଁ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପଦକ୍ଷେପ ନେଉ।

0
0
0
s2sdefault