ହେଡଲାଇନସ୍:

ଓକିଲଙ୍କୁ କୋରୋନା! ସିଲ୍ ହେଲା ଝାରସୁଗୁଡ଼ା ଜିଲ୍ଲା କୋର୍ଟ ପରିସର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କୋର୍ଟରେ ଜଣେ ମହିଳା ଓକିଲ କୋରୋନା ସଂକ୍ରମିତଙ୍କ ଥିବା ଜଣା ପଡ଼ିବା ପରେ କୋର୍ଟ ପରିସରକୁ ୭୨ ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି। 

ସୂଚନାନୁସାରେ,ଓକିଲ ଜଣକ ଦିପୁପଡା଼ ନିଷିଦ୍ଧାଞ୍ଚଳର ବାସିନ୍ଦା ଅଟନ୍ତି। ଏହି ଜନବସତିର ଜଣେ ବ୍ୟକ୍ତି କୋରୋନା ପଜିଟିଭ ବୋଲିଜଣା ପଡ଼ିବାପରେ ଜିଲ୍ଲାପ୍ରଶାସନ ଏହାକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଥିଲେ। କୋଭିଡ ଗାଇଡଲାଇନ୍ ଅନୁସାରେ ଯେତେବେଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଦାରଖ ନ ସରିଛି ବା ନମୂନା ପରୀକ୍ଷାର ପୂର୍ଣ୍ଣ ରିପୋର୍ଟ ଆସିନାହିଁ, ନିଷିଦ୍ଧାଞ୍ଚଳ ବାହାରକୁ ଆସିବା ବା ଵାହାରୁ ନିଷିଦ୍ଧାଞ୍ଚଳକୁ କେହି ଯାଇପାରିବେ ନାହିଁ। ମାତ୍ର ଓକିଲ ହୋଇଥିବା ସତ୍ତ୍ୱେ ସେ କୋଭିଡ ଗାଇଡଲାଇନ୍ ଭଙ୍ଗ କରି କୋର୍ଟକୁ ଆସୁଥିଲେ। ଗତ ୨୦ ଅଗଷ୍ଟରେ ତାଙ୍କର ରିପୋର୍ଟରେ ପଜିଟିଭ ଆସିଥିବା ଜଣା ପଡ଼ିଛି। ସେ ପଜିଟିଭ ଥିବା ଜଣା ପଡ଼ିବା ପରେ ଝାରସୁଗୁଡ଼ା କୋର୍ଟ ପରିସରକୁ ସଂପୂର୍ଣ୍ଣ ଭାବରେ ୭୨ ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି। ସଂପୂର୍ଣ୍ଣ ଭାବରେ ନିରୀକ୍ଷଣ ଓ ସାନିଟାଇଜେସନ ପରେ କୋର୍ଟ ପୁନର୍ବାର ଖୋଲାଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମିଳିଥିବା ଶେଷ ସୂଚନା ମୁତାବକ ଝାରସୁଗୁଡ଼ା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନ ଓ କୋଭିଡ ମାଜିଷ୍ଟ୍ରେଟ ଶ୍ରୀ ଗୋଲୋକ ବିହାରୀ ମଙ୍ଗରାଜ ଉକ୍ତ ମହିଳା ଓକିଲଙ୍କ ବିରୋଧରେ କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ କରିଥିବା ଯୋଗୁଁ ଏକ ମିଳିତ ଏଫ ଆଇ ଆର ରୁଜୁ କରିଛନ୍ତି।

0
0
0
s2sdefault