ହେଡଲାଇନସ୍:

ସଠିକ ମୂଲ୍ୟ ସହ ଚାଷୀ ସୁବିଧାରେ ଧାନ ବିକିବା ନିଶ୍ଚିତ କର : ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ 

ଯାଜପୁର,(ଜୟଶଙ୍କର ଦାଶ):ଯାଜପୁର ଜିଲ୍ଲା ସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ଚାଷୀ ମାନଙ୍କ ଠାରୁ ସଠିକ ଭାବେ ଧାନ ସଂଗ୍ରହ, ଊପଯୁକ୍ତ ମୂଲ୍ୟ ନିର୍ଦ୍ଧାରିତ ସମୟରେ ପ୍ରଦାନ ଓ ସେମାନେ ଯେପରି ଧାନ କ୍ରୟ ସମୟରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।  ଜିଲ୍ଲାପାଳ  ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହ ମଣ୍ଡି ଗୁଡିକୁ ପ୍ରସ୍ତୁତ ରଖିବା, ମିଲର ମାଙ୍କ ସହ ସଠିକ ସମନ୍ୱୟ ରଖାଯାଇ ଧାନ ସଂଗ୍ରହକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଯେଊଁ ମିଲର ମାନେ ପୂର୍ବ ବର୍ଷର ଧାନ ନେଇ ଅଦ୍ୟାବଧି ଚାଊଳ ଦେବାକୁ ଅବହେଳା କରିଚ୍ଥନ୍ତି ସେମାନଙ୍କ ଠାରୁ ତୁରନ୍ତ ଚାଊଳ ସଂଗ୍ରହ ପାଇଁ ପଦକ୍ଷେପ  ଓ କାର୍ଯ୍ୟାନୁଷ୍ଠାନ  ପାଇଁ ଶ୍ରୀ ଦାସ ନିର୍ଦ୍ଦେଶ  ଦେଇଥିଲେ । ଜିଲ୍ଲାର  ୧୦ ଜଣ ମିଲରଙ୍କୁ ୪୩,୪୧୮.୦୦୯  ମେଟ୍ରିକ୍ ଟନ୍ ଧାନ ପ୍ରଦାନ କରାଯାଇଥିଲା, ଯାହାର ଚାଊଳ ପ୍ରଦାନର ପରିମାଣ ୨୯,୪୫୭.୪୬୪ ମେଟ୍ରିକ ଟନ୍ ।  ତେବେ ବର୍ତ୍ତମାନ ସୁଦ୍ଧା ସେମାନେ ୧୯,୨୪୬.୪୯୮ ମେଟ୍ରିକ୍ ଟନ୍ ଚାଊଳ ଦେଇଥିବା ବେଳେ  ୧୦,୨୧୦.୯୬୬ ମେଟ୍ରିକ୍ ଟନ୍ ଚାଊଳ ବକେୟା ରଖିଚ୍ଥନ୍ତି ।  ଚାଊଳ ଯୋଗାଣର ପରିମାଣ ଶତକଡା ୬୫.୩୪ ଭାଗ ରହିଚ୍ଥି ।  ଅପର ପକ୍ଷରେ ଜିଲ୍ଲା ବାହାର ବରଗଡ ଜିଲ୍ଲାର ୯ ଜଣ ମିଲରଙ୍କୁ ପ୍ରଦାନ କରାଯାଇଥିବା ୧୭,୩୪୨.୫୭୫ ମେଟ୍ରିକ୍ ଟନ୍ ର ଧାନ ମଧ୍ୟରୁ ଧାର୍ଯ୍ୟ ୧୧,୭୯୨.୯୫୧ ମେଟ୍ରିକ୍ ଟନ୍ ଚାଊଳ ଶତକଡା ଶହେ ହାରରେ ସେମାନେ ପ୍ରଦାନ କରିଚ୍ଥନ୍ତି ।  ୧୦୧୭-୧୮ ଖରିପଂ ଋତୁରେ ୧୧୦ ଟି ପ୍ୟାକ୍ସ ସେଣ୍ଟର ମାଧ୍ୟମରେ ଧାର୍ଯ୍ୟଲକ୍ଷ୍ୟର ୮୬.୦୭ ହାରରେ ୬୦,୭୬୦୫.୮୪ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା ।  ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ ସାଧାରଣ ଧାନ ପାଇଁ ୧୫୫୦ ଟଂକା ରହିଥିବା ବେଳେ ଗ୍ରେଡ ‘ଏ’ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୫୯୦ ଟଂକା ରଖାଯାଇଚ୍ଥି ।  ଅଦ୍ୟାବଧି ୫୪୨ ଜଣ ଚାଷୀ ନାମ ପଞ୍ଜିକରଣ କରିଚ୍ଥନ୍ତି ।  ଜିଲ୍ଲାର ୨୭୧୬ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୮୬୯୧.୦୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ର ଲକ୍ଷ୍ୟ ରଖାଯାଇଚ୍ଥି ।  ସେହି ଆଧାରରେ ଚାଷୀ ମାନଙ୍କ ଠାରୁ ବଳକା ଧାନ ବାବଦରେ  ୫୨୧୩.୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଚ୍ଥି ।  ପ୍ରାରମ୍ଭରେ ଜିଲ୍ଲାଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତା ସମସ୍ତଙ୍କୁ ସ୍ୱାଗତ କରିବା ସହ ଧାନ ସଂଗ୍ରହର ତଥ୍ୟ ପ୍ରଦାନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଜିଲ୍ଲାଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

 

 

0
0
0
s2sdefault