ହେଡଲାଇନସ୍:

ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ : ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ : ଜିଲ୍ଲାପାଳ 

ବିଜୁ ଯୁବ ବାହିନୀର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ।

ବ୍ୟାସନଗର/ବିଶ୍ୱଜିତ ମାଝୀ :ସାମାଜିକ ସୁରକ୍ଷା, ନିରାପତ୍ତା, ସରକାରୀ ଯୋଜନାର ସାର୍ବଜନୀନକରଣ ଓ ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ବିଜୁ ଯୁବ ବାହିନୀରଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ  ଶ୍ରୀ ଦାସ ସରକାର ୨୦୧୩ ମସିହାରୁ ରାଜ୍ୟ ଯୁବ ନୀତି ପ୍ରଣୟନ କରିଚ୍ଥନ୍ତି ବୋଲି କହିଥିଲେ ।  ଯୁବ ସମ୍ୱଳର ବିକାଶ ଲକ୍ଷ୍ୟରେ ବିଜୁ ଯୁବ ବାହିନୀ ଗଠିତ   ହୋଇଚ୍ଥି ।  ସମାଜରେ ବର୍ତ୍ତମାନ ପ୍ରାୟ ୬୦ ଭାଗରୁ ଉଦ୍ଧ୍ୱର୍ ବୟସ୍କ ଓ ଶିଶୁ ରହିଥିବା ବେଳେ ପ୍ରାୟ ୪୦ ଭାଗ ଯୁବ ବର୍ଗ ରହିଚ୍ଥନ୍ତି ।  ଏହି ଯୁବ ବର୍ଗଙ୍କ ଉପରେ ଅନ୍ୟ ବର୍ଗର ବ୍ୟକ୍ତି ନିର୍ଭରଶୀଳ ।  ତେଣୁ ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଘଟିବା ଜରୁରୀ ।  ବିଭିନ୍ନ ଯୋଜନା ଯାହା ପ୍ରଣୟନ ହେଉଚ୍ଥି ତାହା ଯେପରି ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚେ,  ଲୋକଙ୍କୁ ସଚେତନ କରାଯାଏ  ସେଥିପ୍ରତି ବିଜୁ ଯୁବ ବାହିନୀର ସ୍ୱେଚ୍ଚ୍ଥାସେବୀ ମାନେ ଧ୍ୟାନ ଦେବାକୁ ଶ୍ରୀ ଦାସ ପରାମର୍ଶ  ଦେଇଥିଲେ ।  ସ୍ୱଚ୍ଚ୍ଥତା ବର୍ତ୍ତମାନ ବଡ ଆହ୍ୱାନ ।  ଆମ ଜିଲ୍ଲାରେ ପ୍ରାୟ ୩୧ ଭାଗ ଶୈାଚାଳୟ ରହିଚ୍ଥି ।  ତେଣୁ ଲୋକ ମାନଙ୍କୁ ବ୍ୟାପକ ସଚେତନ କରାଇ ଏହାକୁ ବୃଦ୍ଧି କରିବାକୁ ପଡିବ ବୋଲି ମତ ଦେଇ ସମାଜରେ ଭଲ ଚରିତ୍ର ସୃଷ୍ଟିରେ ଏହି ସ୍ୱେଚ୍ଚ୍ଥାସେବୀ ମାନେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ ।  ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ବିଜୁ ଯୁବ ବାହିନୀ ଏକ ମହତ ଊଦେ୍ଧଶ୍ୟ ନେଇ ଗଠିତ ହୋଇଥିବାରୁ ଏହାକୁ ସପଂଳ କରିବାକୁ ଆହ୍ୱାନ ଦେଇଥିଲେ । ଯୋଜନା ସଂପର୍କରେ ନିଜେ ଜାଣି ଅନ୍ୟକୁ ଜଣାଇଲେ ତାହା ସପଂଳତା ହାର ବୃଦ୍ଧି କରିଥାଏ ।  ଏହି ବାର୍ତ୍ତାକୁ ସ୍ୱେଚ୍ଚ୍ଥାସେବୀ ମାନେ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଥିଲେ ।  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ସଭାପତିତ୍ୱରେଅନୁଷ୍ଠିତ  ଏହି ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲ୍ଲାକ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।  ବିଜୁ ଯୁବ ବାହିନୀର ରାଜ୍ୟ କାର୍ଯ୍ୟକ୍ରମ  ଅଧିକାରୀ ପ୍ରମୋଦ ମହାନ୍ତି ବିସ୍ତୃତ ସୂଚନା ଓ ଯୋଜନାର ରୂପରେଖ ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ରେ ପ୍ରତି ବ୍ଲକ ଓ ପୈାର ପରିଷଦର ୱାର୍ଡ ଗୁଡିକରେ ଏହି ବାହିନୀ ଗଠିତ ହେବ ।  ବର୍ତ୍ତମାନ ୧୨୮ ଟି ବିଜୁ ଯୁବ ବାହିନୀ ଗଠିତ ହୋଇଥିବା ବେଳେ ଅବଶିଷ୍ଟ ଚଳିତ ମାସ ୨୦ ତାରିଖ ସୁଦ୍ଧା ଗଠିତ ହେବ ବୋଲି କ୍ରୀଡା ଅଧିକାରୀ ସୂଚନା ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଯୁବ ବାହିନୀର ଜିଲ୍ଲା  ସଂଯୋଜକ ରଂଜନ କୁମାର ରାଊଳ ବ୍ଲକ  ସଂଯୋଜକ, ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ  ଯୋଗ ଦେଇଥିଲେ । 

 

0
0
0
s2sdefault