ହେଡଲାଇନସ୍:

ପାଇକମାଲ ରେ ଖୁବଶୀଘ୍ର JMFC କୋର୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପାଇକମାଲ ଅଂଚଳ ବାସୀ ଙ୍କର ବହୁ ପ୍ରତୀକ୍ଷିତ ଦାବି ,  ଆଂଚଳରେ ଏକ JMFC କୋର୍ଟ ସ୍ଥାପନ କରାଯିବା , ଅତି ଶୀଘ୍ର ପୁରାଣ ହେବାର ଆଶା ଜାଗ୍ରତ ହୋଇଛି । ଗତ କିଛି ଦିନ ତଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ଆଦେଶ ଓ ଅନୁମୋଦନ କ୍ରମେ ଏହି କୋର୍ଟ ସ୍ଥାପନ ପାଇଁ ବର୍ତ୍ତମାନ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି । ଆଜି ବରଗଡ଼ ଜିଲ୍ଲା ଦୌରା ଜଜ ଜନାଵ ଶେଖ ଜାହିର ଅହମଦ ପାଇକମାଲ ବ୍ଲକ କୁ ପହଂଛି ବ୍ଲକ ପରିସରରେ ପ୍ରସ୍ତାବିତ କୋର୍ଟ ଓ ବିଚାରପତି ଙ୍କର ନିବାସ ଗୃହକୁ ଦେଖିବା ସହିତ କୋର୍ଟ ଓ ରେଶ ରେ କଣ କଣ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ଏହି ବାବଦରେ ଆଲୋଚନା କରିଥିଲେ । ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର ,  ପାଇକମାଲ ବାର ଆସୋସିଏସନ ର ରାମ ରତନ ପୁରୋହିତ , ମନୋଜ କୁମାର ତ୍ରିବେଦୀ , ରାଜ କିଶୋର ସାହୁ , ନାଗରିକ କମିଟିର ଶ୍ରୀ ବିନୋଦ କୁମାର କାଳିଆ , ସାମ୍ବାଦିକ ଶ୍ରୀ ସୁରଥ କୁମାର ସାହୁ , ଶ୍ରୀ ବଡ ସଥପଥୀ , ABDO ଶ୍ରୀ ଭୀଷ୍ମଦେଵ ମାଝୀ ପ୍ରମୁଖ ଜିଲ୍ଲା ଦୌରା ଜଜ ଙ୍କର ସହିତ JMFC କୋର୍ଟ ବାବଦରେ ଆଲୋଚନା କରିଥିଲେ । ଯଥାଶୀଘ୍ର କଣ କାମ ହେବ ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଜଣାଇବା ପାଇଁ ଜିଲ୍ଲା ଦୌରା ଜଜ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଓ SDO ଙ୍କୁ ନିର୍ଦେଶ ଦେଇଥିଲେ ।

0
0
0
s2sdefault