ହେଡଲାଇନସ୍:

  ଗରିବ ବୋଲି ବୋଧେ ନାହିଁ ବଂଚିବାର ଅଧିକାର !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅଭାବୀ ସମୀରଙ୍କ ଗୁହାରି ଟିକେ ଶୁଣନ୍ତେନି ସରକାର !

  •  ଅର୍ଥ ସାଧିଛି ବାଧକ:  ଚିକିତ୍ସା ଅଭାବରୁ ଜୀବନ ସହ କରୁଛନ୍ତି ସଂଗ୍ରାମ

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲ ଗ୍ରାମର ଦାନୀ ସୁନାଙ୍କ ବଡ ପୁଅ ସମିର ସୁନା । ବୟସ ୨୮ ବର୍ଷ । ଏକ ଅଜାଣ ରୋଗରେ ଏକ ବର୍ଷରୁ ଅଧିକ ହେବ ପିଡିତ ଅଛନ୍ତି । ଚିକିତ୍ସା ପାଇଁ ଅର୍ଥ ସାଧିଛି ବାଧକ । ଚିକିତ୍ସା ଅଭାବରୁ ଜୀବନ ସହ ସଂଗ୍ରାମ କରୁଛନ୍ତି । ପରିବାର ପରିପୋଷଣ କରିବା ସମୟରେ ପରିବାର ପାଇଁ ପାଲଟିଛନ୍ତି ବୋଝ । ସୁସ୍ଥ ଥିବା ସମୟରେ ସରକାରଙ୍କ ଡିଡିୟୁ ଯୋଜନାରେ ତାଲିମ ନେଇ ସୁଦୁର ବାଙ୍ଗାଲୋରର ଏକ ସପିଙ୍ଗ ମଲରେ କାମ କରି ଭଳ ଦୁଇ ପଇସା ରୋଜଗାର କରି ନିଜ ପରିବାରର ଦୁଇ ଭଉଣୀ, ଗୋଟିଏ ଭାଇ ଏବଂ ବାପା ମାଙ୍କୁ ପ୍ରତିପୋଷଣ କରିବାରେ କିଛି ମାତ୍ରାରେ ସକ୍ଷମ ହୋଇ ପାରିଥିଲେ । ମାତ୍ର ଅଚାନକ ଭାବେ ତାଙ୍କ ଜୀବନକୁ ପସିଆସିଲା ଏକ ଅଜଣା ରୋଗ । ଖାଇବା ଖାଦ୍ୟ ସବୁ ହଜମ ହୋଇ ପାରୁନି । ଖାଇଲା ଖାଦ୍ୟ ସବୁ ପତଳା ଝାଡାରେ ଚାଲି ଯାଉଛି । ପାଦ ଦୁଇଟି ଫୁଲି ଫାଟି ଯାଇ ପାଣି ବାହାରୁଛି । ମୁଣ୍ଡ ଏବଂ ଦେହର ବାଳ ସବୁ ଧୂସର ବର୍ଣ୍ଣ ପାଲଟିଯାଉଛି । ଶରୀର ଦିନକୁ ଦିନ ଦୂର୍ବଳ ହୋଇ ଗଲାଣି । ହାତ ଗୋଡ ସବୁ ପତଳା ହୋଇ ଗଲାଣି । ଯଥା ସାଧ୍ୟ ଶକ୍ତି ମୁତାବକ ଚିକିତ୍ସା ପାଇଁ ପରିବାର ବର୍ଗ ଅର୍ଥ ଖର୍ଚ୍ଚ କରିସାରିଲେଣି । ପଦ୍ମପୁର, ବରଗଡ, ର୍ବୁଲା, କଟକ ଆଦି ଡାକ୍ତରଖାନାରେ ଚିକିତ୍ସା କରିସାରିଛନ୍ତି ମାତ୍ର କିଛି ସୁଫଳ ମିଳି ନାହିଁ । ସମିରର ବାପା ଜଣେ ଦିନ ମଜୁରିଆ ହୋଇ ଥିବାରୁ ପର ଘରେ ମୂଳ ଳାଗି ଯାହା ଆଣେ ସେଥିରେ ପାଂଚ ପ୍ରାଣିର ପେଟକୁ ଦାନା ମୁଠାଏ ଯୋଗାଇବା କଷ୍ଟକର ହୋଇ ପଡିଥିବା ବେଳେ ସମିର ପାଇଁ ଚିକିତ୍ସା ଖର୍ଚ୍ଚ ବାହାର କରିବା କଷ୍ଟ ସାଧ୍ୟ ହୋଇପଡୁଥିବା ପ୍ରକାଶ କରିଛନ୍ତି ସମିରର ବାପା ଦାନି ସୁନା । ନିଜ ବଢିଲା ପୁଅର କଷ୍ଟକୁ ଆଖି ଆଗରେ ଦେଖି ସହି ମଧ୍ୟ ପାରୁ ନାହାନ୍ତି । ଗଣ ମାଧ୍ୟମ ଜରିଆରେ ତାଙ୍କ ପୁଅର ଚିକିତ୍ସାରେ ସହାୟକ ହେବା ପାଇଁ ସରକାର, ବିଭିନ୍ନ ସାହାର୍ଯ୍ୟକାରି ଅନୁଷ୍ଠାନ  ଏବଂ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ମୋବାଇଲ ନଂ ୬୩୭୨୦୭୮୩୨୧ରେ ଯୋଗାଯୋଗ ପାଇଁ ନିବେଦନ କରିଛନ୍ତି ।       

 

 

 

 

0
0
0
s2sdefault