ରାଜ୍ୟ ସରକାର ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନୂଆପଡା. (ଅମିତ ପୁରୋହିତ) ; ନୂଆପଡା ଜିଲ୍ଲାରେ ଚାଷୀଙ୍କ ପାଇଁ ଉଦିଷ୍ଟ ସିିବିଡିଏ ତଥା ଏନଏଫସିସି ଯୋଜନାରେ ଦୁର୍ନିତି ଅଭିଯୋଗ ଆଣି ଜୟ କିଶାନ ସଂଗ୍ରାମ ପରିଷଦ ନୂଆପଡା ଓ ଗରିବସେନା ତରଫରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଆଦିବାସୀ ସଂପ୍ରଦାୟ ର ଲୋକଙ୍କୁ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାର ସିବିଡିଏ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ । କିନ୍ତୁ ଏସବୁ ଅର୍ଥ ଲୋକଙ୍କୁ ସ୍ୱାବଲମ୍ବି କରିବା ଦିଗରେ ଖର୍ଚ୍ଚ ନ ହୋଇ ବାଟମାରଣା ହେଉଥିବାର ଅଭିଯୋଗ ହେଉଛି । ସେହିପରି ଏନଏଫସିସି ଯୋଜନାରେ ମଧ୍ୟ ଦୁର୍ନିତିର ଅଭିଯୋଗ ହୋଇ ଆସୁଅଛି । ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କ ହିତରେ ତଥା ଲୋକଙ୍କ ଆର୍ଥିକ ମାନଦଣ୍ଡ କୁ ସୃଦୁଢ କରିବା ପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା ବାଟ୍ରମାରଣା ହେଉଛି । ତେଣୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ କୁ ଉଚିତ ଦଣ୍ଡ ଓ ଲୋକ ମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବା ପାଇଁ ଜୟ କିଶାନ ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀ ଓ ଗରିବ ସେନା ସଭାପତି ରବି ମଙ୍ଗରାଜ ରାଜ୍ୟ ସରକାରଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ କଲାବେଳେ ମଣ୍ଟୁ ପାଣିଗ୍ରାହୀ, ଯୁବନେତା ପ୍ରିୟ ରଞ୍ଜନ ମେହେର, ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।