ଭୁବନେଶ୍ୱର(ଶାସକ ପ୍ରଶାସକ) : ରୁଚିକା ମାର୍କେଟ ଦୁର୍ଗା ମଣ୍ଡପଠାରେ ରୋଟାରୀ କ୍ଲବ ବରମୁଣ୍ଡା ତରଫରୁ ମାଗଣା ସ୍ଵୀକୃତ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ହୋମିଓପ୍ୟାଥିକ ଇମ୍ୟୁନିଟି ବର୍ଦ୍ଧକ କୋଭିଡ଼-୧୯ର ପ୍ରତିଷେଧକ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ପ୍ରାୟ ୫୦୦ ପ୍ୟାକ୍ ଔଷଧ, ଫେସ୍ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରୋଟାରୀ ବରମୁଣ୍ଡାର ଅଧ୍ୟକ୍ଷ ରୋଟାରିଆନ ବିପିନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରିଆନ ଦିଲିପ କୁମାର ଛତାର, ରୋଟାରିଆନ ଜିତେନ୍ଦ୍ର ମିଶ୍ର, ମହେଶ୍ୱର ମହାନ୍ତି, ଡଃ ପ୍ରଶାନ୍ତ ପଟ୍ଟନାୟକ, ବି.ପି. ତ୍ରିପାଠୀ, କନକଲତା ମିଶ୍ର, ଦାଶରଥୀ ତ୍ରିପାଠୀ ଓ ପ୍ରତିିଭା ମହାପାତ୍ର ପ୍ରମୁଖ ଔଷଧ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରୁଚିକା ମାର୍କେଟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରୋଟାରିଆନ ଗୋପାଳକୃଷ୍ଣ ଗୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରୁଚିକା ଦୁର୍ଗାପୂଜା ମଣ୍ଡପର ସମସ୍ତ କାର୍ଯ୍ୟକର୍ତ୍ତା ରୁଚିକା ମାର୍କେଟର ସମସ୍ତ ଦୋକାନୀଭାଇ ତଥା ବଜାରକୁ ଆସିଥିବା ଗ୍ରାହକ ଓ ଉଠାଦୋକାନମାନେ ଏଥିରେ ଉପକୃତ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ରୁଚିକା ଦୁର୍ଗରେପୂଜା କମିଟିର ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।