ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୦୯ ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ "ଓଡ଼ିଶା ମୋ ପରିବାର" ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଗଜପତି ଜିଲ୍ଲାରେ ଏକ ସପ୍ତାହ ବ୍ୟାପି ଆୟୋଜନ କରାଯାଇଥିଲା ।
ଉଦଯାପନ ଦିବସରେ ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।
ବିଜୁ ଜନତା ଦଳର କର୍ମୀ , ନେତା ଓ ସାଧାରଣ ଜନତା ସ୍ବେଚ୍ଛାକୃତ ଭାବେ ଉତ୍ସାହର ସହ ରକ୍ତଦାନ କରିଥିଲେ । ଏହିପରି ଏକ ରକ୍ତଦାନ ସୁଯୋଗ ପାଇଥିବା ଯୋଗୁଁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।
ରକ୍ତ ଦାନ ଶିବିରର ଉଦଯାପନ ଦିବସରେ ସର୍ବମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସପ୍ତାହ ମଧ୍ୟରେ ସର୍ବମୋଟ ୧୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ସମସ୍ତ ଆୟୋଜିତ କାର୍ଯ୍ୟକ୍ରମରେ ପାରଳା ଯୁବରାଣୀ କଲ୍ୟାଣୀ ଦେବୀ ଗଜପତି , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜୁଗୁରୁ , ଜିଲ୍ଲା ଯୁବ ସଭାପତି ଏସ . ଲିଙ୍ଗରାଜ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ଲକ୍ଷ୍ମୀକାନ୍ତ ପରିଛା , ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।