ହେଡଲାଇନସ୍:

ଅଗ୍ନିଶମ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଝାରସୁଗୁଡ଼ାର ଡେପୁଟି ଫାୟାର ଅଫିସର ଭାବେ ସେବା ପ୍ରଦାନ କରିଥିବା ରମେଶ ଚନ୍ଦ୍ର ମାଝୀ  ମନୋନୀତ

ଝାରସୁଗୁଡ଼ା : (ସୁଭାଷ ସହାରେ) / ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାରେ ଡେପୁଟି ଫାୟାର ଅଫିସର ଭାବେ ସେବା ପ୍ରଦାନ କରିଥିବା ରମେଶ ଚନ୍ଦ୍ର ମାଝୀ ମଧ୍ୟ ନିଜର ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। 

ମୂଳତଃ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଲାଇକେରାର ବାସିନ୍ଦା ଶ୍ରୀ ମାଝୀ ୨୦୦୦ ମସିହାରେ ନିଜର ତାଲିମ ଶେଷ ହେବା ପରେ ଷ୍ଟେସନ ଅଫିସର ଭାବରେ କାର୍ଯ୍ୟରେ ଯୋଗଦାନ କରିଥିଲେ। ୨୦୧୧ -୧୨ ରେ ସେ ଝାରସୁଗୁଡ଼ାରେ ଡେପୁଟି ଫାୟାର ଅଫିସର ଭାବରେ ଯୋଗଦାନ କରିଥିଲେ। ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ବର୍ତ୍ତମାନ ଶ୍ରୀ ମାଝୀ ଭୁବନେଶ୍ବର ଠାରେ ଡେପୁଟି ଫାୟାର ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି। 

ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ସହ ଓଡ଼ିଶା ଅଗ୍ନିଶମ ବିଭାଗର ଆହୁରି ଆଠ ଜଣଙ୍କୁ ଏହି ସମ୍ମାନଜନକ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଛି। ସାହସିକତା ପ୍ରଦର୍ଶନ ନିମନ୍ତେ ଫାୟାରମ୍ୟାନ ପ୍ରକାଶ କୁମାର ବଳ, ବିଶିଷ୍ଟ ସେବା ପାଇଁ ଷ୍ଟେସନ ଅଫିସର ସୁରେନ୍ଦ୍ର ନାଥ ଗଦାପାଳ ଓ ମନୋଜ କୁମାର ସାହୁ, ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ବ୍ୟତୀତ ଷ୍ଟେସନ ଅଫିସର ଅଶୋକ କୁମାର ଶତପଥୀ ଓ ନିରଞ୍ଜନ ପଟ୍ଟନାୟକ, ଲିଡିଂ ଫାୟାରମ୍ୟାନ ବେଣୁଧର ବେହେରା, କେ ନରସିଂହ ରାଓ ଓ ଡ୍ରାଇଭର ଧୀରେନ୍ଦ୍ର ନାଥ ଜେନାଙ୍କ ନାମ ମନୋନୀତ ହୋଇଛି।

0
0
0
s2sdefault