ଝାରସୁଗୁଡ଼ା /(ସୁଭାଷ ସହାରେ):ଝାରସୁଗୁଡ଼ା ଜିଲ୍ଲାରେ ରାସାୟନିକ ସାରର ଅଭାବ ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଚାଷୀ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସିର ଯୋଗାଇଦେବା ପାଇଁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ଙ୍କୁ ଏକ ପତ୍ର ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରରେ ନବକିଶୋର ଉଲ୍ଲେଖ କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ରାସାୟନିକ ସାର ପର୍ଯ୍ୟାପ୍ତ ପରିମାଣରେ ନ ମିଳୁଥିବାରୁ କୃଷିକ୍ଷେତ୍ରରେ ବ୍ୟାପକ କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ଏହି ପତ୍ରରେ ମନ୍ତ୍ରୀ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ପାଇଁ କୃଷି ଅନେକ ଗୁରୁତ୍ବପୂର୍ଣ୍ଣ ଏବଂ ଓଡ଼ିଶା ସରକାର ଏଥିପାଇଁ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । ମାତ୍ର ଯଦି ଠିକ୍ ସମୟରେ ସାର ନ ମିଳିଲେ,ଏହାର କୁପରିଣାମ ହେବ ବୋଲି ଏହି କ୍ଷେତ୍ରରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କୃଷି କ୍ଷେତ୍ରର ଗୁରୁତ୍ବକୁ ଅନୁଭବ କରି ବିଭିନ୍ନ ଫସଲ ପାଇଁ ଦରକାର ହେଉଥିବା ସାର ଯୋଗାଇବା ପାଇଁ ସେ ଅନୁରୋଧ କରିଛନ୍ତି।