ହେଡଲାଇନସ୍:

କର୍ମଚାରୀ ଲଗାଇଲେ ସ୍ୱୟଂଚାଳିତ ହାତ ସାନିଟାଈଜ଼ କରିବା ଯନ୍ତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ଙ୍କର ଅଫିସରେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି ଶ୍ରୀ ମନୋଜ କୁମାର ପାତ୍ର । ଶ୍ରୀ ପାତ୍ର ସବୁ ସମୟରେ ନିଜର କାର୍ଯ୍ୟ କୁ ପ୍ରାଧାନ୍ୟ ଦେଇ ସବୁ ବେଳେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଅନ ଙ୍କର ସହିତ ରହିଥାନ୍ତି । କୋରୋନା ମହାମାରୀ ଓ ଏହାର କଟକଣା ଲାଗୁହେବା ପରଠାରୁ ଉପଜିଲ୍ଲାପାଳ ମହୋଦୟ ଉପାଖଣ୍ଡର ପ୍ରତେକ ଅଂଚଳକୁ କ୍ରମାଗତ ଭାବରେ ପରିଦର୍ଶନ କରୁଛନି । ଶ୍ରୀ ପାତ୍ର ଉପଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ କ୍ରମାଗତ ଭାବରେ ଆଜି ପର୍ଯ୍ୟନ୍ତ ସଚେତନ କରାଇ ଆସୁଛନ୍ତି ଏହା ସହିତ ଲୋକଙ୍କୁ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ମଧ୍ୟ ପ୍ରବର୍ତାଉଛନ୍ତି ।  ଉପଜିଲ୍ଲାପାଳ ଙ୍କର ଅଫିସକୁ ପ୍ରତ୍ୟେକ ଦିନ ଅନେକ ଲୋକ ବିଭିନ୍ନ କାମ ପାଇଁ ଆସିଥାନ୍ତି । ଏହି ସଂକ୍ରମଣ ସମୟରେ ସମସ୍ତ ଙ୍କର ସୁରକ୍ଷା ନିମନ୍ତେ ଆଜି ଶ୍ରୀ ପାତ୍ର ଉପଜିଲ୍ଲାପାଳ ଙ୍କର ଅଫିସ ରେ ଏକ ଅତ୍ୟାଧୁନିକ ସାନିଟାଇଜର ମେସିନ କିଣି ଲଗାଇଛନ୍ତି । ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଅନ ସର୍ବ ପ୍ରଥମେ ଏହି ମେସିନର ବ୍ୟବହାର କରିଥିଲେ । ଏହା ନିଶ୍ଚିତ ଯେ ଏହି ମେସିନ ଲାଗିବା ଦ୍ୱାରା ଉପଜିଲ୍ଲାପାଳ ଙ୍କର ଅଫିସରେ  ସଂକ୍ରମଣ ରୋକାଯାଇ ପାରିବ । ଶ୍ରୀ ପାତ୍ର ଙ୍କର ଜଗରୁକତା ନିଶ୍ଚିତ ଭାବରେ ପ୍ରେରଣାଦାଇ । ସମସ୍ତ ଯଦି ଶ୍ରୀ ପାତ୍ର ଙ୍କର ସଚେତନ ହୋଇ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମାଜ ପ୍ରତି ଯଥା ସମ୍ଭବ ନିଜର ଯୋଗଦାନ ପ୍ରଦାନ କଲେ ଆମେ ନିଶ୍ଚିତ ଭାବରେ କୋରୋନାର ଲଢେ଼ଇ ଜିତି ପରିବା ବୋଲି ଖୁବ ଚର୍ଚ୍ଚା ଚାଲିଛି ।

 

0
0
0
s2sdefault