ହେଡଲାଇନସ୍:

ରାଜ୍ୟର ଆଇଟିଆଇଗୁଡିକୁ ଅସାମାନ୍ୟ ଜାତୀୟ ସଫଳତା: ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍ ଖୁଣ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆମ ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହେବା ବଡ଼ ଖୁସିର ବିଷୟା ଏହି ଖୁସି ଅନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତିକି ଉତ୍ସାହଜନକ, ଅନୁରୂପ ଭାବରେ ପ୍ରତିଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପ୍ରତି ସମ୍ମାନର ପ୍ରସଙ୍ଗ ହୋଇଯାଇଛିା ଭାରତର ୧୦୦ଟି ଉନ୍ନତ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନ ତାଲିକାଭୁକ୍ତ ହୋଇ ପ୍ରଶଂସା ଅର୍ଜନ କରିବା ଓଡ଼ିଶା ପାଇଁ ଗୌରବର ବିଷୟା ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଭାଷାରେ-"ଏପରି ଗୌରବ ଆମ ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହିତ ରାଜ୍ୟର ଶିଳ୍ପ ପ୍ରଗତିର ପୃଷ୍ଠାରେ ସେମାନଙ୍କ ସଫଳତାକୁ ସ୍ୱୀକାର କରିବା' ଶ୍ରୀ ସିଂ ତାଙ୍କ ବିଭାଗର ଏପରି ଜାତୀୟ ସ୍ୱୀକୃତିରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକରୁ ବାହାରୁ ଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତିା

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନସ୍ଥ ତାଲିମ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସାରା ଦେଶରେ ରହିଥିବା ଶିଳ୍ପ ତାଲିମ ଅନୁଷ୍ଠାନଗୁଡ଼ିକର ଗୁଣାତ୍ମକତା, ସ୍ଥିତାବସ୍ଥା ଓ ସଫଳତାକୁ ବିଚାର କରିବା ନିମନ୍ତେ ଗୋଟିଏ ଗ୍ରେଡିଂ ପଦକ୍ଷେପ ଗ୍ରହଣ କରାଯାଇଥିଲାା ଅର୍ଥାତ୍ ଦେଶରେ ଥିବା ସବୁ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ସ୍ଥାନ ନିରୁପଣ କରାଯାଇପାରିବ ଏବଂ ସେମାନଙ୍କର ଭୂମିକା ନେଇ ଅଧିକ ବିଶ୍ଳେଷଣ ହୋଇପାରିବା ଆମ ଦେଶରେ ରହିଥିବା ଶିଳ୍ପ ସଂସ୍ଥାଗୁଡ଼ିକରେ କୁଶଳୀ, ସମର୍ଥ ଓ ତାଲିମ ପ୍ରାପ୍ତ ମାନବସମ୍ବଳର ପର୍ଯ୍ୟାପ୍ତ ଉପଯୋଗକୁ ଦୃଷ୍ଟିରେ ରଖୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଗୁଣାତ୍ମକ ଉତ୍କର୍ଷ ଉପରେ ମୂଲ୍ୟାୟନ କରିବା ନିମନ୍ତେ ନିକଟରେ ହୋଇଥିବା ଜାତୀୟ ସ୍ତରର ଗ୍ରେଡିଂ ବ୍ୟବସ୍ଥାରେ ଓଡ଼ିଶାର କୃତିତ୍ୱ ବିଭିନ୍ନ ମହଲରେ ସନ୍ତୋଷ ଆଣିଦେଇଛିା

ଏହି ମୂଲ୍ୟାୟନ ବ୍ୟବସ୍ଥାର ଦ୍ୱିତୀୟ ପର୍ଯ୍ୟାୟ ସଂପନ୍ନ ହୋଇ ତା'ର ଫଳାଫଳ ପ୍ରକାଶ ପାଇଛିା ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସଂପୃକ୍ତ ଶିଳ୍ପ ତାଲିମ ପ୍ରତିଷ୍ଠାନ, ସହଯୋଗୀ ଶିଳ୍ପ ସଂସ୍ଥା, ବିଭାଗ ଓ ଜାତୀୟ ସ୍ତରରେ ଗଠିତ ହୋଇଥିବା କୋର କମିଟି ସଦସ୍ୟମାନଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲାା କାରଣ ସେମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଓ ବିବରଣୀ ଆଧାରରେ ମୂଲ୍ୟାୟନ ହୋଇଥିଲାା ଏଥିପାଇଁ ୨୭ଟି ମାନକ ପ୍ରସ୍ତୁତ କରାଯାଇଥିଲାା ୫ଟି ସୋପାନରେ ଏହି ମାନକଗୁଡ଼ିକ କିପରି ଭାବରେ କାର୍ଯ୍ୟକାରୀ ହୋଇଛି, ତାହାକୁ ବିଚାରକୁ ନେଇ ଗ୍ରେଡିଂର ଦ୍ୱିତୀୟପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଥିଲାା

ଦ୍ୱିତୀୟ ପର୍ଯ୍ୟାୟ ଗ୍ରେଡିଂ ନିମନ୍ତେ ସଂପୃକ୍ତ ଆଇଟିଆଇଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିଥିଲୋ ପରବର୍ତ୍ତୀ ପର୍ଯ୍ୟାୟରେ ତୃତୀୟ ପକ୍ଷ ମୂଲ୍ୟାୟନ ସଂସ୍ଥା ଆଇସିଆର୍ଏ ମ୍ୟାନେଜ୍ମେଣ୍ଟ କନ୍ସଲଟିଂ ସର୍ଭିସେସ ପ୍ରତିନିଧିବୃନ୍ଦ ବିଭିନ୍ନ ତାଲିମ ପ୍ରତିଷ୍ଠାନ ପରିଦର୍ଶନ କରି ଆବଶ୍ୟକୀୟ ସମସ୍ତ ମାନଦଣ୍ଡଗୁଡ଼ିକ ଉପରେ ଯାଞ୍ଚ କରିଥିଲୋ ସଂପୃକ୍ତ ଆଇଟିଆଇମାନଙ୍କୁ ଆନୁମାନିକ ଗ୍ରେଡିଂ ଫଳାଫଳ ବିଷୟରେ ଅବଗତ କରାଯାଇଥିଲା, ଫଳରେ ସେମାନେ ମୂଲ୍ୟାଙ୍କନକୁ ନେଇ ତାଲିମ ମହାନିର୍ଦ୍ଦେଶକଙ୍କ ଅଧୀନସ୍ଥ ଅଭିଯୋଗ ସମାଧାନ କମିଟି ନିକଟରେ ମଧ୍ୟ ଅଭିଯୋଗ ଆଣିପାରିବୋ ବିଭିନ୍ନ ଆଇଟିଆଇର ଅନ୍ତିମ ଗ୍ରେଡ୍ ଫଳାଫଳ ପ୍ରକାଶ କରିବା ନିମନ୍ତେ ଅଭିଯୋଗ  ସମାଧାନ କମିଟିର ସମସ୍ତ ସୁପାରିଶକୁ ତାଲିମ ମହାନିର୍ଦ୍ଦେଶକଙ୍କ କୋର କମିଟି ଆଗରେ ଉପସ୍ଥାପିତ କରାଯାଇଥାଏା

ଗ୍ରେଡିଂ ଶେଷ ହୋଇଛିା ସମଗ୍ର ଭାରତରେ ଓଡ଼ିଶାର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ଉତ୍କୃଷ୍ଟ ସ୍ତରରେ ସ୍ଥାନିତହୋଇଛନ୍ତିା ଦେଶର ଶ୍ରେଷ୍ଠ ୨୦ଟି ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୨ଟି ଅନୁଷ୍ଠାନ ସ୍ଥାନିତ ହୋଇଥିବାବେଳେ ୫୦ଟି ମଧ୍ୟରେ ଓଡ଼ିଶାର ୪ଟି ପ୍ରତିଷ୍ଠାନ ସ୍ଥାନ ପାଇଛନ୍ତିା ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏକାଦଶ ଓ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପଞ୍ଚଦଶ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତିା କେବଳ ସେତିକି ନୁହେଁ, ଯାଜପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ୨୪ ତମ ସ୍ଥାନରେ, ଝାରସୁଗୁନା ୪୫ତମ ସ୍ଥାନରେ, ଭଦ୍ରକ ଜିଲ୍ଲାର ଦି ଅଲ୍ମାଇଟି ଟେକ୍ନିକାଲ୍ ଇନଷ୍ଟିଟ୍ୟୁଟ ୫୨ତମ ସ୍ଥାନରେ, ପୁରୀର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ୬୧ତମ ସ୍ଥାନରେ, ସୁନ୍ଦରଗଡ଼ର ଡାଲମିଆ ଘରୋଇ ଆଇଟିଆଇ ୬୪ତମ ସ୍ଥାନରେ, କଟକ ଜିଲ୍ଲାର ଶ୍ରୀଗୁରୁ ଆଇଟିଆଇ ୬୫ତମ ସ୍ଥାନରେ, ଭଦ୍ରକର ଚରମ୍ପା ଆଇଟିଆଇ ୬୬ତମ ସ୍ଥାନରେ, ମୟୂରଭଞ୍ଜର ତକତପୁର ଆଇଟିଆଇ ୭୩ତମ ସ୍ଥାନରେ ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସରକାରୀ ଆଇଟିଆଇ ୮୮ତମ ସ୍ଥାନରେ ରହିଛନ୍ତିା

ଏହି ଗ୍ରେଡିଂରେ ସର୍ବାଧିକ ଫଳାଫଳ ୪.୪୨ ରହି ଥିବାବେଳେ ସର୍ବନିମ୍ନ ଶୂନ ରହିଥିଲାା ବର୍ତ୍ତମାନ ୧୧ଟି ସରକାରୀ ଓ ୩୨ଟି ବେସରକାରୀ ଆଇଟିଆଇର ଗ୍ରେଡିଂ ଫଳାଫଳକୁ ତାଲିମ ମହାନିର୍ଦ୍ଦେଶକ (ଭାରତ ସରକାର)ଙ୍କ କୋର କମିଟି ଅନୁମୋଦନ ଦେବାକୁ ଅପେକ୍ଷା ରହିଛିା କଟକ ସରକାରୀ ଆଇଟିଆଇ ଏହି ଅପେକ୍ଷାରେ ଅଛିା ଗୁଣାତ୍ମକ ଶିକ୍ଷାଦାନ ଦୃଷ୍ଟିରୁ ଦେଶର ଏକ ଅନନ୍ୟ ଅନୁଷ୍ଠାନ ଭାବେ ଏହା ନିଜକୁ ପ୍ରତିଷ୍ଠିତ କରିଛିା ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହା ମଇ ମାସରେ ରାଜ୍ୟରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ପ୍ରତିଷ୍ଠାଯୋଜନାର ଅୟମାରମ୍ଭ ହୋଇଥିଲା ଏବଂ ସେହି ବର୍ଷ ଡିସେମ୍ବର ମାସରେ ଏହି କର୍ତ୍ତୃପକ୍ଷ ପଞ୍ଜୀକୃତ ହୋଇଥିଲାା

ଦକ୍ଷତା ବିକାଶ କ୍ଷେତ୍ରରେ ତୃଣମୂଳ ସ୍ତରରୁ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରି ରାଜ୍ୟର ଅର୍ଥନୈତିକ ବିକାଶରେ ସେମାନଙ୍କୁ ଅଂଶୀଦାର କରିବା ସହିତ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ କ୍ରମାଗତ ଭାବରେ ସଫଳତା ଅର୍ଜନ କରିଚାଲିଛିା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଏପରି ସଫଳତାର ଶ୍ରେୟ ବିଭିନ୍ନ ଅନୁଷ୍ଠାନ, ପ୍ରଶିକ୍ଷକ, ଉଚ୍ଚତର ତାଲିମଦାତାମାନଙ୍କୁ ଦେଇ ତାଙ୍କର ସନ୍ତୋଷବ୍ୟକ୍ତ କରିଛନ୍ତିା ଓଡ଼ିଶା ଏବେ ଆଗେଇଛିା ଶିଳ୍ପୋନ୍ନତି ସାଙ୍ଗକୁ "ମେକ୍ ଇନ୍ ଓଡ଼ିଶା' ପରି ଉଲ୍ଲେଖଯୋଗ୍ୟ ଅଭିଯାନକୁ ଅଧିକ ଅର୍ଥପୂର୍ଣ୍ଣ କରିବା ଦିଗରେ ଏହି ସଫଳତା ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛିା 

 

0
0
0
s2sdefault