ହେଡଲାଇନସ୍:

ଗନ୍ଧମାର୍ଦ୍ଦନରେ ମାଓବାଦୀ ଓ ପୋଲିସ ଭିତରେ ଗୁଳିବିନିମୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଓ ଶିବିର ଠାବ , ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ବରଗଡ :- ଗତକାଲି ବରଗଡ଼ , ବଲାଙ୍ଗୀର ଜିଲ୍ଲା ମଝିରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତରେ ମାଓ ଗତିବିଧି ହେଉଥିବା ଜଣାପଡିବା ପରେ ବରଗଡ଼ SOG , ବଲାଙ୍ଗୀର SOG , ଓ CRPF ର ମିଳିତ କମ୍ଭିଂ ଅପରେସନ କରାଯାଇଥିଲା । ପୋଲିସ ଦଳକୁ ଦେଖିବା ପରେ ମାଓବାଦୀ ମାନଙ୍କର ତରଫରୁ ଗୁଳି କରାଯାଇଥିଲା । ପୂର୍ବରୁ ସତର୍କ ଥିବା ପୋଲିସ ବାହିନୀ ମାଓବାଦୀ ମାନଙ୍କୁ ହତିଆର ଛାଡି ଆତ୍ମ ସମର୍ପଣ କରିବାକୁ କହିଥିଲେ । ହେଲେ ମାଓବାଦୀ ମାନେ କୋଣସି କଥା ନଶୁଣି ପୋଲିସ ଉପରେ ଫାଇରିଂ ଜାରି ରଖି ବର୍ଷା ଓ ଘଞ୍ଚ ଜଙ୍ଗଲର ଆଡ ନେଇ ଫେରାର ହେଇଯାଇଥିଲେ । ପ୍ରାୟ 10 ରୁ ପନ୍ଦର ଜଣ ମାଓବାଦୀ ଥିବା ଅନୁମାନ କରାଯାଉଛି । ଏହାପରେ ପୋଲିସ ର ତଲାସୀ ରେ ବିପୁଳ ପରିମାଣରେ ମାଓବାଦୀ ମାଙ୍କର ଦ୍ୱାରା ବ୍ୟବହାର ଜରାଯାଉଥିବା ସାମଗ୍ରୀ ସହିତ କିଛି ଅଫୁଟା ଗୁଳି ଓ ଖୋକା ଜବତ କରାଯାଇଥିବା ଆଜି ବରଗଡ଼ SP ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

 

0
0
0
s2sdefault