ହେଡଲାଇନସ୍:

ବଲାଙ୍ଗୀର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀରରେ ଜଣେ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଶୁଣୁନି । ସଇଁତଲାର ମହିଳା ଧଙ୍ଗରା ମାଝୀଙ୍କ ସହିତ ଜମି ବିବାଦକୁ ନେଇ ସେହି ଗାଁର ଦୁଇ ଜଣ ବ୍ୟକ୍ତି ତାଙ୍କୁ ଘରକୁ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ମହିଳା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ହେଲେ ଏସପିଙ୍କ ଦ୍ବାରସ୍ତଅଭିଯୋଗକୁ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି । ସେପଟେ, ମହିଳାଙ୍କୁ ହତ୍ୟା ଧମକ ଆସୁଥିବାରୁ ବାଧ୍ୟ ହୋଇ ସେ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

0
0
0
s2sdefault