ହେଡଲାଇନସ୍:

ଗାନ୍ଧି ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହରଭଙ୍ଗା :- ପ୍ରତାପ ମେହେର / ଗତ କାଲି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ରାଧାନଗର ପଞ୍ଚାୟତ ର ଗାନ୍ଧି ଗ୍ରାମ ରୁ ଏକ କରୋନା ରୋଗୀ ଚିହ୍ନଟ ହେଇଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ  ରାଧା ନଗର୍ ସରପଂଚ ଶ୍ରୀମତୀ ଅପରାଜିତା ବେହେରା ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ଗାନ୍ଧି ଗ୍ରାମ କୁ ୭୨ ଘଣ୍ଟା ( ୦୮/୦୮/୨୦୨୦ ରୁ ୧୦/୦୮/୨୦୨୦ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ରୋଗୀ ଜଣଙ୍କ  ଗାଁ ର ଏକ  ହୋଟେଲ୍ ରେ କାମ କରୁଥିବାରୁ ହୋଟେଲ୍ କୁ ମଧ୍ୟ ସିଲ୍ କରାଯାଇଛି । ଏହାକୁ କଣ୍ଟେନ  ମେଣ୍ଟ ଜୋନ୍ ଘୋଷଣା କରା ଯାଇଛି । ତା ସହିତ ଏକ  ଗାଡ଼ିରେ ସାଉଣ୍ଡ  ମାଧ୍ୟମରେ  ସେହି ଗାଁ ର ଲୋକ ବାହାରକୁ ନ ବାହାରିବା ପାଇଁ ସୂଚନା ଦିଆ ଯାଇଛି । ଗାଁ ର ପ୍ରବେଶ ପଥକୁ ସିଲ୍ କରାଯାଇଛି ।

0
0
0
s2sdefault