ହେଡଲାଇନସ୍:

କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ଟିମକୁ ଘେରିଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ (ଶାସକ ପ୍ରଶାସକ)–ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଞ୍ଚାୟତର ବଉଳସିଙ୍ଗା ଗ୍ରାମରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ଗତ ରବିବାର ଦିନ ରିପୋର୍ଟ ଆସିଥିଲା l ସରପଞ୍ଚ ବଉଳସିଙ୍ଗା ଗ୍ରାମକୁ ଆଜି ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ଗତକାଲି ମନମୁଣ୍ଡା ଡାକ୍ତରଖାନାର ସ୍ୱାସ୍ଥ୍ୟ ଟିମ୍ ଗାଆଁକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା l କଣ୍ଟେନମେଣ୍ଟ ଜୋନ ଘୋଷଣା ସତ୍ବେ ୫୦ରୁ ଅଧିକ ଗ୍ରାମବାସୀ ସ୍ୱାସ୍ଥ୍ୟ ଟିମ୍ ଆଗରେ ଏକତ୍ରିତ ହୋଇ ସଂକ୍ରମିତଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଦାବି କରିଥିଲେ | ସୂଚନା ଯୋଗ୍ୟ ଯେ, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ପ୍ରଶାସନ ବୌଦ୍ଧ କୋଭିଡ ଡାକ୍ତରଖାନାକୁ ନ ନେଇ ନିଜ ଘରେ ହୋମ୍ ଆଇସୋଲେସନରେ ଛାଡି ଦେଇଛି l ରୋଗୀ ଘରେ ଥିବାରୁ ଓ ଆଇସୋଲେସନରେ ରହିବା ଭଳି ସମସ୍ତ ବ୍ୟବସ୍ଥା ଉପଲବ୍ଧ ନ ଥିବାରୁ ଲୋକେ ସଂକ୍ରମଣର ଆଶଙ୍କାରେ ଆତଙ୍କିତ ହୋଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଘେରିଥିଲେ l ଆକ୍ରାନ୍ତଙ୍କ ପରିବାର ଓ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କର ସ୍ବାବ ୪ଦିନ ବିତିଯାଇଥିଲେ ମଧ୍ୟ ସଂଗ୍ରହ କରାଯାଇ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ଜାହିର୍ କରିଥିଲେ | ଗାଆଁକୁ ଯାଇଥିବା ସ୍ବାସ୍ଥ୍ୟ ଟିମ ଲୋକଙ୍କୁ ବୁଝାଶୁଝା କରି ବହୁ କଷ୍ଟରେ ମନମୁଣ୍ଡା ଫେରିଥିଲେ l ଆକ୍ରାନ୍ତଙ୍କୁ କୋଭିଡ୍ ହସପିଟାଲ ସ୍ଥାନାନ୍ତର ଓ କଣ୍ଟାକ୍ଟ ଟ୍ରେସିଂରେ ଆସିଥିବା ଲୋକଙ୍କ ସ୍ବାବ ନମୂନା ସଂଗ୍ରହ ଆଜି କରାଯିବାକୁ ପ୍ରତିଶ୍ରୁତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଦେଇଥିବା ଜଣାପଡିଛି l

0
0
0
s2sdefault