ହେଡଲାଇନସ୍:

ବାରିପଦାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା  ସମ୍ଭାବନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ବାରିପଦାରେ 

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ତୃତୀୟ ରାଜ୍ୟ ଭାବେ ପ୍ଲାଜମା ଥେରାପି ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟରେ ତୃତୀୟ ପ୍ଲାଜମା ବ୍ୟାଙ୍କ ପଶ୍ଚିମ ଓଡ଼ିଶାର ରାଉରକେଲାଠାରେ ଗତ ଜୁଲାଇ ମାସରେ ଉଦଘାଟନ କରିବା ପରେ ବର୍ତ୍ତମାନ ଉତ୍ତର ଓଡ଼ିଶା ଉପରେ ନଜର ଦେଇଛନ୍ତି । ଏଥି ନିମନ୍ତେ ବାଲେଶ୍ୱର ଓ ମୟୂରଭଞ୍ଜ କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ଶେଷ କରି ବାରିପଦାଠାରେ ଦଳୀୟ ନେତା ଓ କର୍ମୀମାନଙ୍କ ସହିତ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି । ଏହାପରେ ଅଗଷ୍ଟ ୪ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ରାଇରଙ୍ଗପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାବାସୀ କରୋନା ମହାମାରୀ ସହିତ ସଂଗ୍ରାମ ଚଳାଇଥିବା ବେଳେ କୋଭିଡ଼ ସଂକ୍ରମିତମାନଙ୍କ ଚିକିତ୍ସା ନିମନ୍ତେ ପ୍ଲାଜମା ଥେରାପି ଆଶାର କିରଣ ପାଲଟିବା ସାଙ୍ଗକୁ ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ୱାସ ସୃଷ୍ଟି ହୋଇଛି । ଏହି ସମୟରେ ଅଗଷ୍ଟ ୩ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୫୧୧ରେ ପହଁଞ୍ଚିଥିବା ସମୟରେ  ସକ୍ରିୟ ସଂଖ୍ୟା ୨୦୭ ରହିଛି ।  ତେଣୁ ଜିଲ୍ଲାରୁ ସୁସ୍ଥ ହୋଇ ଫେରିଥିବା ୫୧୧ ଜଣ ବ୍ୟକ୍ତିମାନଙ୍କ ମଧ୍ୟରେ ନିଜର ପ୍ଲାଜମା ଦାନ ନିମନ୍ତେ ସଚେତନ କରାଯାଇ ପାରିଲେ ଏହା କରୋନା ସଂକ୍ରମିତମାନଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇ ପାରିବ । ତେଣୁ ମନ୍ତ୍ରୀ ଶ୍ରୀଜେନାଙ୍କ ବାରିପଦା ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । 

0
0
0
s2sdefault