ହେଡଲାଇନସ୍:

ଜଗନ୍ନାଥ ଆମକୁ ବଞ୍ଚାଅ : ତଥାଗତ ସତପଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଭିନ୍ନ ସମୟରେ ନିଜର ଶାଣିତ ମନ୍ତବ୍ୟ ପାଇଁ ଚର୍ଚାରେ ରହିଆସିଥିବା ଲୋକପ୍ରିୟ ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ ତଥା ବିଜେଡିର ପୂର୍ବତନ ସଂସଦ ତଥାଗତ ସତପଥୀ ଏବେ ଉଠାଇଛନ୍ତି ଏକ ସମ୍ବେଦନଶୀଳ ପ୍ରସଙ୍ଗ | କିଛି ଦିନ ତଳେ ସୁନ୍ଦରପଡ଼ାର ଜଣେ ଗରିବ ଲୋକଙ୍କ ବିଦ୍ୟୁତ ବିଲ ୬ ଲକ୍ଷ ଆସିଥିଲା ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା, ଯାହାକି ଟାଟା ପାୱାର ପକ୍ଷରୁ ପଠାଯାଇଥିଲା | ଆଉ ସେଇ ଟାଟା ପାୱାର ଉପରେ ତଥାଗତ କରିଛନ୍ତି ଟୁଇଟ | ଟାଟା ପାୱାର କେବଳ ନୁହେ, ଅଳ୍ପ ଶବ୍ଦରେ ରାଜ୍ୟର ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ସାଙ୍କେତିକ ଭାବେ ଶାଣିତ କଟାକ୍ଷ କରିଛନ୍ତି | 

ସେ ତାଙ୍କ ଟୁଇଟରେ ଲେଖିଛନ୍ତି " ଘରୋଇ କମ୍ପାନୀ  ଟାଟା ପାୱାର ସେସୁ ପରିଚାଳନା ଦାୟିତ୍ୱ ହାତକୁ ନେଇଛି  | ଅଣ୍ଡରଗ୍ରାଉଣ୍ଡ କ୍ୟାବଲିଂ କିମ୍ବା ଅନ୍ୟ ବିକାଶ ମୂଳକ କାମରେ  କୌଣସି ପୁଞ୍ଜି ବିନିଯୋଗ ନାହିଁ | ଜୁନ୍ 2020 ରୁ ବିଲ୍ ସଂଗ୍ରହ କରିବା, ଲାଭ ଅମଳ କରିବା ଏବଂ ଭୁବନେଶ୍ୱରରେ ଗଛ କାଟିବା ଏବେ ଟାଟା ପାୱାରର ମୁଖ୍ୟ କାମ ହୋଇଯାଇଛି  | ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ ଦାୟିତ୍ୱ (ଓପିଜିସି)କୁ ମଧ୍ୟ ଆଦାନି କମ୍ପାନୀ ହାତକୁ ନେବାକୁ ଯାଉଛି | LJ (ଲର୍ଡ଼ ଜଗନ୍ନାଥ) ଆମକୁ ବଞ୍ଚାନ୍ତୁ |" 

ସୂଚନାଯୋଗ୍ୟ ଯେ ବଣ୍ଟନ ବ୍ୟବସ୍ଥା ଘରୋଇ କମ୍ପାନୀ ହାତକୁ ଟେକିଦେଇଥିବା ବେଳେ ସରକାରଙ୍କ ଏକମାତ୍ର ତାପଜ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଓପିଜିସି ମଧ୍ୟ ଆଦାନି କମ୍ପାନୀ ହାତକୁ ଯାଉଛି | 

 

0
0
0
s2sdefault