ହେଡଲାଇନସ୍:

ପ୍ରଶାସନର ବାଉଳା ତଥ୍ୟରେ ଲୋକେ କନଫ୍ୟୁଜ : ସ୍ଥାନୀୟ ସଂସ୍ପର୍ଶ ୧୧ ନା ୧୩ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ :  ଆଜି ପୁଣି  ୧୩ ନୂଆ ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬୫୧କୁ ବୃଦ୍ଧି  

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଜିଲ୍ଲାର ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତ କଇଁସାରୀ ଅଞ୍ଚଳରୁ- ୧, ଶାମାଖୁଣ୍ଟା ବ୍ଲକ ପାଇକବସା ଅଞ୍ଚଳରୁ-୧, କରଞ୍ଜିଆ ବ୍ଲକ ବଡ଼ଦେଉଳି ଅଞ୍ଚଳରୁ-୧, ଶୁକୃଳି ବ୍ଲକର ଶୁକୃଳି ଅଞ୍ଚଳରୁ-୧, ଖୁଣ୍ଟା ବ୍ଲକ ବଡ଼ପଥରା ପଞ୍ଚାୟତ ବହଳଦା ଅଞ୍ଚଳରୁ-୧ ଓ ବାହାନଡ଼ା ପଞ୍ଚାୟତ ବାହାନଡ଼ା ଅଞ୍ଚଳରୁ-୧, ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତ ସାହାଡ଼ାଗଡ଼ି ଅଞ୍ଚଳରୁ-୨, ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨ ବେଲଗଡ଼ିଆ ଅଞ୍ଚଳରୁ-୧ ଓ  ୱାର୍ଡ ନମ୍ବର ୫ ବଡ଼ବଜାର ଅଞ୍ଚଳରୁ-୧ ଏବଂ ଯଶୀପୁର ବ୍ଲକ ଦୁରଦୁରା ଅଞ୍ଚଳରୁ-୧, ଜାମୁକେଶ୍ୱର ପଞ୍ଚାୟତ ଦିଗପୋଷି ଅଞ୍ଚଳରୁ-୧ ଓ ଧଳବଣି ପଞ୍ଚାୟତ  ବଡ଼ଶୋଳ ଅଞ୍ଚଳରୁ-୧କୁ ମିଶାଇ ମୋଟ ୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇ ୬୫୧ରେ ପହଁଞ୍ଚିଛି । ଆକ୍ରାନ୍ତମାନଙ୍କ ମଧ୍ୟରେ ସ୍ଥାନୀୟ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ  ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ସମୟରେ ଜଣେ ପଶ୍ଚିମବଙ୍ଗ ଓ ଅନ୍ୟ ଜଣେ ମହାରାଷ୍ଟ୍ର ରାଜ୍ୟ ଫେରି ସିଧାସଳଖ ଭାବେ ସରକାରୀ କ୍ୱରେଣ୍ଟାଇନରେ ରହିଥିଲେ । ସେହିପରି ସ୍ଥାନୀୟ ସଂସ୍ପର୍ଶରେ ଆସି ୧୧ ଜଣ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ହୋଇଛନ୍ତି ଏବଂ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଯାତ୍ରା ବିବରଣୀକୁ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ସେହିପରି ଜୁଲାଇ ୩୦ ସୁଦ୍ଧା  ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୪୫୪ ରହିଥିବା ସମୟରେ ୩୧ ଜୁଲାଇ ସୁଦ୍ଧା ସକ୍ରିୟ ସଂଖ୍ୟା ୧୯୫ ଏବଂ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତ୍ୟୁ  ସଂଖ୍ୟା ୨ ଥିବାର ଜଣାପଡ଼ିଛି । ତେବେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ କୋଭିଡ଼-୧୯ ସମ୍ପର୍କିତ ସୂଚନାରେ ୧୧ ଲୋକାଲ କଣ୍ଟାକ୍ଟମାନଙ୍କ ବିସ୍ତୃତ ବିବରଣୀ ନିମ୍ନରେ ରହିଥିବାର ଉଲ୍ଲେଖ କରାଯାଇଛି । ମାତ୍ର ଦିଆଯାଇଥିବା ସୂଚନାରେ ୧୧ ବଦଳରେ ୧୩ ଜଣଙ୍କର ବିବରଣୀ ରହିଥିବା କାରଣରୁ ଜିଲ୍ଲାର କେଉଁ ବ୍ଲକରୁ କେତେ ଲୋକାଲ କଣ୍ଟାକ୍ଟ ଓ ହୋମ କ୍ୱାରେଣ୍ଟାନରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରାଯିବା ସମ୍ଭବ ହୋଇପାରି ନାହିଁ । ତେଣୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା କୋଭିଡ଼-୧୯ ସମ୍ପର୍କିତ ସୂଚନା ନିର୍ଭୂଲ ଭାବେ ଯଥା ସମୟରେ ପ୍ରଦାନ କରାଯିବା ନିମନ୍ତେ ଜନସାଧାରଣ ପକ୍ଷରୁ ଦାବି କରାଯାଇଛି । 

 

0
0
0
s2sdefault