ହେଡଲାଇନସ୍:

ନୂଆ ୯୭ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୪୦୧ ରେ : ଜିଲ୍ଲାପାଳ ଅନୁପମ ସାହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୫୮ ଜଣ , ରାୟଗଡ ବ୍ଳକରୁ ୫ ଜଣ , ଗୁମ୍ମା ବ୍ଳକରୁ ୩ ଜଣ , ଗୋଷାଣୀ  ବ୍ଳକରୁ ୧୦ ଜଣ , କାଶୀନଗର ବ୍ଳକରୁ ୮ ଜଣ , ରା.ଉଦୟଗିରି ବ୍ଳକରୁ ୮ ଜଣ ,   ମୋହନା ବ୍ଲକରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରକୁ  ପଠାଇ ଦିଆଯାଇଛି ।ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଆଜିର ୯୭ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୪୦୧ ରେ ପହଞ୍ଚିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

0
0
0
s2sdefault