ହେଡଲାଇନସ୍:

ରାଫେଲ ଜେଟ ବାୟୁସେନାରେ ସାମିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି) : ପ୍ରଥମ 5ଟି ରାଫେଲ ଏୟାର କ୍ରାଫ୍ଟ ଆଜି ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି । ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ 27 ତାରିଖ ସକାଳୁ ଯାତ୍ରାରମ୍ଭ କରିଥିବା ଏହି ଏୟାରକ୍ରାଫ୍ଟଗୁଡିକ ଅପରାହ୍ନରେ ଅମ୍ବାଲାଠାରେ ପହଞ୍ଚିଥିଲା । ତେବେ ଅଳ୍ପ ସମୟ ପାଇଁ ବାଟରେ ୟୁଏଇର ଅଲ ଧାଫ୍ରା ଏୟାରବେସରେ ଏହା କିଛି ସମୟ ପାଇଁ ଅଟକିଥିଲା । ଦୁଇଟି ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକୁ ଭାରତୀୟ ବାୟୁସେନାର ବୈମାନିକମାନେ ଏହାକୁ ଉଡାଇ ଆଣିଥିଲେ । ଫ୍ରାନ୍ସରୁ ଭାରତ ଆସିବାକୁ ପ୍ରାୟ 8500 କିଲୋମିଟର ଯାତ୍ରା କରିବାକୁ ପଡିଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକ ପ୍ରାୟ 7.30 ଘଣ୍ଟାରେ 5800 କିଲୋମିଟର ଅତିକ୍ରମ କରିଥିଲା । ଫରାସୀ ବାୟୁସେନା ଟ୍ୟାଙ୍କର ଆକାଶମାର୍ଗରେ ଏଥିରେ ଇନ୍ଧନ ଭରିଥିଲେ । ଅବଶିଷ୍ଟ 2700 କିଲୋମିଟର ପଥ ଭାରତୀୟ ବାୟୁସେନାର ଟ୍ୟାଙ୍କର ଦ୍ଵାରା ଇନ୍ଧନ ଭର୍ତ୍ତି କରାଯାଇ ଅଣାଯାଇଥିଲା । ଫ୍ରାନ୍ସ ସରକାର ଓ ଏହାର କାରଖାନା ଉପଯୁକ୍ତ ସମୟରେ ବିମାନ ହସ୍ତାନ୍ତର କରିଥିବା ଯୋଗୁଁ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଉଚ୍ଚ ପ୍ରଶଂସା କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଉଚିତ ସମୟ ଓ ବିନା ବାଧାବିଘ୍ନରେ ଏହି ଏୟାରକ୍ରାଫ୍ଟଗୁଡିକ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ।

ଗତ ବର୍ଷ ସେପ୍ଟେମ୍ବର 10 ତାରିଖ ଦିନ ପୁନରୁଦ୍ଧାର ହୋଇଥିବା ଗୋଲ୍ଡେନ ଆରୋ ନାମକ ବାୟୁସେନାର ସପ୍ତଦଶ ସ୍କ୍ୱାଡ୍ରନର ଅଂଶବିଶେଷ ଭାବେ ଏହି ଏୟାରକ୍ରାଫ୍ଟଗୁଡିକ କାର୍ଯ୍ୟ କରିବେ । ଅମ୍ବାଲା ବାୟୁସେନା କେନ୍ଦ୍ରରେ 1951 ଅକ୍ଟୋବର ପହିଲା ଦିନ ଏହି ସ୍କ୍ୱାଡ୍ରନ ପ୍ରଥମେ ପ୍ରତିଷ୍ଠା ହୋଇଥିଲା । ଏହି ସପ୍ତଦଶ ସ୍କ୍ୱାଡ୍ରନର ପୂର୍ବରୁ ଅନେକ ସୁନାମ ରହିଛି । 1955ରେ ପ୍ରଥମଥର ପାଇଁ ଏଥିରେ ପ୍ରଥମ ଯୁଦ୍ଧ ବିମାନ ଡି.ହାଭିଲାଣ୍ଡ ଭାମ୍ପାଇର ସାମିଲ ହୋଇଥିଲା ।

ଆସନ୍ତା ମାସ ଦ୍ଵିତୀୟାର୍ଦ୍ଧରେ ସପ୍ତଦଶ ସ୍କ୍ୱାଡ୍ରନ ରାଫେଲ ଏୟାରକ୍ରାଫ୍ଟର ବିଧିବଦ୍ଧ ଯୋଗଦାନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault