ହେଡଲାଇନସ୍:

ଲୋକ ଭୁଲ କଲେ ଦଣ୍ଡ ଦିଆ ଯାଉ, ହେଲେ ପୋଲିସର ଇଏ କି ଅଭାଦ୍ରାମୀ (Pls See the video how police slaps )

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଭିଡିଓ ଭାଇରାଲ ହେବା  ପରେ ତଦନ୍ତ ନିର୍ଦ୍ଦେଶ 

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାର ଦୁଇଜଣ ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ନିର୍ଘାତ ମାଡ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି । ଭିଡ଼ିଓରେ ଦୁଇ ପୋଲିସ କର୍ମଚାରୀ ବୀଜ ରାସ୍ତାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଯୁବକଙ୍କୁ ନିର୍ଧୁମ ମାଡ ମାରୁଛନ୍ତି । ଆଉ ଭିଡିଓ ରେ ପୋଲିସ ଦାଦାଗିରିର ଅସଲ ଚେହେରା ପଦାରେ ପକାଇ ଦେଇଛି । ପ୍ରଶାସନର ତୃଟିକୁ ନେଇ ପ୍ରଶ୍ନ କରିବାରୁ ଯୁବକଙ୍କୁ ଝାରସୁଗୁଡା ପୋଲିସ ମାଡ଼ ମାରିଛି, ଆଉ ଏଭଳି ଅଶ୍ଲୀଳ ଭାଷାରେ ଗାଲିଗୁଳଜ କରିବା ସହ ମାଡ଼ ମାରିବା ପାଇଁ ଝାରସୁଗୁଡା ପୋଲିସକୁ ଅଧିକାର ଦେଲା କିଏ ? ପ୍ରକୃତରେ ପୋଲିସ କାହା ପାଇଁ ? ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ କର୍ମୀ ଯଦି ଏହିଭଳି ଆଚରଣ କରେ ତେବେ ଲୋକେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ପ୍ରମାଣିତ କରୁଛି । ତେବେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ।

0
0
0
s2sdefault