ହେଡଲାଇନସ୍:

କେନ୍ଦୁଝରରେ ‘ଓଡ଼ିଆ ପକ୍ଷ’ର ସପ୍ତମ ଦିବସ ପାଳିତ: ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ବର୍ଣ୍ଣବୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର, ୭.୦୪: ‘ଓଡ଼ିଆ ପକ୍ଷ ୨୦୨୬’ ସପ୍ତମ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ବର୍ଣ୍ଣବୋଧ ଉତ୍ସବ’ ତଥା ‘ଶିଶୁ କଥା ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି।
ଜିଲ୍ଲା ର ସମସ୍ତ ସରକାରୀ ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କୁ ଭକ୍ତକବି ମଧୁସୂଦନ ରାଓଙ୍କ ଅମର ସୃଷ୍ଟି ‘ବର୍ଣ୍ଣବୋଧ’ ପୁସ୍ତକ ବଣ୍ଟନ କରାଯାଇଥିଲା। କୋମଳମତି ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ମୂଳଦୁଆକୁ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷାର ଶୁଦ୍ଧ ଉଚ୍ଚାରଣ ଏବଂ ଲେଖନ ଶୈଳୀ ଉପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁତ୍ୱାରୋପ କରିଥିଲେ। ବର୍ଣ୍ଣବୋଧ କେବଳ ଏକ ପୁସ୍ତକ ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଭାବପ୍ରବଣତା। ଶିଶୁମାନେ ନିଜ ମାତୃଭାଷାକୁ ଭଲ ଭାବରେ ଜାଣିଲେ ହିଁ ଓଡ଼ିଆ ଅସ୍ମିତା ବଜାୟ ରହିବ।"ଏହି ବର୍ଣ୍ଣବୋଧ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ ଏହି ଦିବସ ଆୟୋଜନ କରାଯାଇଥିଲା।

0
0
0
s2sdefault