ହେଡଲାଇନସ୍:

ଭାଲୁ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-04-18-bhalu.jpg - 124.02 kB

ଯାଜପୁର /କୋରାଇ (ଜୟଶଙ୍କର ଦଶ)  : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋହିରାଗାଡ଼ିଆସ୍ଥିତ ଭାଲୁକାହୁଡ଼ିକୁ ରବିବାର ସକାଳେ ସେହି ଗ୍ରାମର ଶ୍ୟାମ ହେଁସା(୫୫) ଓ ଶୁକ୍ରା ମୁଣ୍ଡା(୨୯) ଶୌଚ ହେବାକୁ ଯାଇଥିବାବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଶ୍ୟାମ ହେଁସାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଶୁକ୍ରା ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଶୁକ୍ରାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ୨୧୫ ନଂ ଜାତୀୟ ରାଜପଥର ମଲାରିଆ ଛକରେ ରାସ୍ତା ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଆଇଆଇସି ଚିନ୍ମୟୀ ସାହୁ, ବ୍ୟାସନଗର ତସହିଲଦାର ସପନ ନନ୍ଦ ଏବଂ ଯାଜପୁର ଫରେଷ୍ଟର ଦେବେନ୍ଦ୍ର ପଟ୍ଟନାୟକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବାରୁ ଅବରୋଧ ହଟିଥିଲା । ଏତଦ୍ବ୍ୟତୀତ ଘଟଣାସ୍ଥଳରେ ମୃତକଙ୍କ ପରିବାରକୁ ୪୦ ହଜାର ଏବଂ ଗୁରୁତର ଶୁକ୍ରାଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବନବିଭାଗ ବିଭିନ୍ନ ସ୍ଥାନରୁ ହିଂସ୍ରଜନ୍ତୁମାନଙ୍କୁ ଉଦ୍ଧାର କରି ଭାଲୁକାହୁଡ଼ିରେ ଛାଡ଼ୁଥିବାରୁ ସ୍ଥାନୀୟ ବାସିନ୍ଦା ଜନ୍ତୁମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ ଗ୍ରାମର ମାନସ ରଞ୍ଜନ ଜେନାଙ୍କ ସମେତ ଗ୍ରାମବାସୀ  ମିଳିତ ଭାବେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault