ହେଡଲାଇନସ୍:

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ : 10 ଲକ୍ଷ ଲୋକରେ  ଅତିକମରେ ଦୈନିକ 140 ନମୁନା ପରୀକ୍ଷା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ 10 ଲକ୍ଷରେ 140 କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି

ନୂଆଦିଲ୍ଲୀ(ଏସପିବି): କୋଭିଡ-19 ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ 10 ଲକ୍ଷ ଜନସଂଖ୍ୟା ପିଛା ଦିନକୁ ଅନ୍ୟୁନ 140ଟି ପରୀକ୍ଷଣ କରିବା ପାଇଁ ପରାମର୍ଶ ଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ମିଳିତ ଉଦ୍ୟମ କ୍ରମେ ଦେଶର 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ 10 ଲକ୍ଷ ଜନସଂଖ୍ୟା ପିଛା ଦିନକୁ 140 ବା ତା’ଠାରୁ ଅଧିକ ନମୁନା ପରୀକ୍ଷଣ କରୁଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି । କୋଭିଡ-19 ପରୀକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଫଳରେ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ 865 ସରକାରୀ ଓ 358 ଘରୋଇ ଏହିପରି ମୋଟ 1223ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ଏହାବ୍ୟତୀତ ଆରଟିପିସିଆର, ଟ୍ରୁ-ନେଟ ଏବଂ ସିବିନାଟ ଯୋଗୁଁ ନମୁନା ପରୀକ୍ଷଣ ବୃଦ୍ଧି ପାଇଛି ।

ଦେଶରେ ଜାନୁଆରୀ ମାସରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହା 121କୁ ବୃଦ୍ଧି ପାଇଥିଲା ଏବଂ ଏହି ସଂଖ୍ୟା ବର୍ତ୍ତମାନ 1223ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 3,20,161ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ପରୀକ୍ଷା 1,24,12,664କୁ ବୃଦ୍ଧି ପାଇଛି । ପ୍ରତି 10 ଲକ୍ଷରେ ନମୁନା ପରୀକ୍ଷଣ ସଂଖ୍ୟା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜିସୁଦ୍ଧା ଏହା 8,994.7ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ 3.20 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । 

0
0
0
s2sdefault