ହେଡଲାଇନସ୍:

ପ୍ରଶାସନ ଅଜାଣତରେ ଚାଲିଛି ମାଙ୍କଡା ପଥର ଖଣି  !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଥର ବୋଝେଇ ଟ୍ରାକ୍ଟର ଜବତ :୨୫ହଜାର ଟଙ୍କା ଜୋରୀମାନା

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୋମଣ୍ଡ ଠାରେ ଓଡି ୨୫ ଏଚ୍ ୭୦୬୦ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ରଖିଥିଲେ । ଟ୍ରାକ୍ଟର ମାଲିକ ଓଡ଼ଗାଁର ପୂର୍ଣ୍ଣ ଚନ୍ଦ୍ର ନାୟକ ଆଜି ୨୫ ହଜାର ଟଙ୍କା ଜୋରୀମାନା ଦେଇ ଟ୍ରାକ୍ଟର ମୁକୁଳାଇ ନେଇଛନ୍ତି । ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କୋମଣ୍ଡ ଅଂଚଳକୁ ଜିଲ୍ଲା ପ୍ରଶାସନ କଂଟେନମେଂଟ ଅଂଚଳ ଘୋଷଣା କରିଥିବା ବେଳେ ପ୍ରତିରାତିରେ ଏଠାରୁ ବେଆଇନ ଭାବରେ ହଜାର ହଜାର ମାଙ୍କଡା ପଥର ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି । ଫଳରେ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ କେବଳ ଧର୍ମକୁ ଆଖି ଠାର ପରି ନାମକୁମାତ୍ର କିଛି ଗାଡିକୁ ଜବତ କରି ଜୋରୀମାନା ଆଦାୟ ହେଉଥିବା ପରି ମନେହେଉଛି । 

 

0
0
0
s2sdefault