ଜୁନାଗଡ଼ /ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ବାଗଡୁଙ୍ଗରିର ମୃତ ଶ୍ରମିକ ଜୟଶଙ୍କର ଲହଜଳ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା | ସୂଚନାଯୋଗ୍ୟ ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବାଗଡୁଙ୍ଗରି ଗାଁର ଜୟସଙ୍କର ଲହଜଳ(୩୦)ଗତ ଜୁନ୨୮ ତାରିଖରେ ଭବାନୀପାଟଣା କାମଠଣା ନିକଟରେ କାମ କରୁଥିବା ସମୟରେ ବିଦୂତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ | ବର୍ତ୍ତମାନର ମୃତ ଶ୍ରମିକଙ୍କ ସ୍ତ୍ରୀ କୁନି ଲହଜଳ ଉପରେ ପରିବାର ପ୍ରତିପୋଷଣର ଭାର ପଡିଛି ଏନେଇ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନ୍ଦୀଛୋଡଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାଗଡଙ୍ଗରି ପହଞ୍ଚି ଏହି ପରିବାର କୁ ସହାୟତା ପ୍ରଦାନ କରାଯାଇଛି | ଏହି ସମୟରେ ଜିଲ୍ଲା ଉପସଭାପତି ସୁନୀଲ ଧଙ୍ଗଡ଼ାମାଝୀ, ଡକେଶ୍ୱର ଲହଜଳ, କୃତିବାସ ବେମାଲ,ଜିଲ୍ଲା ସହସମ୍ପାଦକ ତ୍ରୀଲକ୍ଷ ନାଏକ, କୋଷାଧ୍ୟକ୍ଷ ସୁରେଶ ବାଗ ଧର୍ମଗଡ ଯୁବ ସଭାପତି ଲବଣୀ ରାଉତ, ଭବାନୀପାଟଣା ଯୁବ ସଭାପତି ମଳୟ ଗଉଡ଼ଙ୍କ ସହ ଜୁନାଗଡ଼ ଏନଏସି ସଭାପତି କାଶୀନାଥ ଘି, ଉପଦେଷ୍ଟା ଆଦିତ୍ୟ ହଂସ, କାର୍ତ୍ତିକ ଗୋପାଳ ବାଗଡଙ୍ଗରି ଆଞ୍ଚଳିକ ସଭାପତି ହିମାଂଶୁ ବଗର୍ତ୍ତି, ସଂପାଦକ କ୍ଷମା ସାଗର ବଗର୍ତ୍ତି ଓ ଉପଦେଷ୍ଟା ଖୀରସିନ୍ଧୁ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ |