ଝାରସୁଗୁଡ଼ା/ ସୁବାଷ ସାହାରେ : ଝାରସୁଗୁଡ଼ା ବନ ବିଭାଗ ତରଫରୁ ସରବାହାଲ ଜନସେବା କେନ୍ଦ୍ର ସାମନାରେ ଆମ୍ବ, ପିଜୁଳି, ଡାଲିମ୍ବ, ନିମ୍ବ ,ଅଁଳା ଇତ୍ୟାଦି ବନ ବିଭାଗ ର ନର୍ସରି ରୁ ପ୍ରସ୍ତୁତ ୫୨୫ ଚାରା ବିତରଣ କରଯାଇଥିଲା । ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ସହଯୋଗୀ ଅନୁଷ୍ଠାନ ଭାବେ କାର୍ଯ୍ୟକ୍ରମ କୁ ସହଯୋଗ ଓ ଵୃକ୍ଷ ରୋପଣ ପ୍ରତି ଜନସଚେତନତ କରିଥିଲେ। ଆଖ ପାଖ ଅଞ୍ଚଳ ର ଜନସାଧାରଣ ଅତି ଉତ୍ସାହ ସହିତ ଚାରା ନେଉ ଥିବା ପରିଲକ୍ଷିତ ହୋଇ ଥିଲା। ସରବାହାଲ କେନ୍ଦ୍ର ରୁ ୫୦,୦୦୦ ଚାରା ବିତରଣ ର ଲକ୍ଷ । ଆଜି ର କାର୍ଯ୍ୟକ୍ରମ ରେ ଝାରସୁଗୁଡ଼ା ବନ ବିଭାଗ ର ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବିଗତ ତିନି ବର୍ଷ ରୁ ଆମେ ବନ ବିଭାଗ ସହିତ ଚାରା ବିତରଣ କରିଆସୁଛୁ ସ୍ଥାନୀୟ ବାସିନ୍ଦା ପ୍ରମୋଦ ମୋଦି ଚାରା ବିତରଣ କେନ୍ଦ୍ର ରୁ ୨ବର୍ଷ ପୂର୍ବରୁ ଡାଲିମ୍ବ ଗଛ ନେଇ ନିଜ ବାଡ଼ି ରେ ଲଗାଇ ଯତ୍ନ ନେଉଛନ୍ତି ଆମେ ଏ ବର୍ଷ ଯାଇ ଦେଖି ଥିଲୁ ଗଛ ରେ ପ୍ରଚୁର ମାତ୍ରାରେ ଡାଲିମ୍ବ ଫଳିଛି ସମସ୍ତେ ସଚେତନ ହୋଇ ଏଭଳି ଵୃକ୍ଷ ରୋପଣ କଲେ ଝାରସୁଗୁଡା କମ ସମୟ ରେ ଭି ସବୁଜ ବଳୟ ସୃଷ୍ଟି ହୋଇପାରିବ ବୋଲି ଟ୍ରଷ୍ଟ ସଭାପତି ଇଂ ଅରବିନ୍ଦ ବାରିକ ନିବେଦନ କରିଛନ୍ତି। ଟ୍ରଷ୍ଟ ତରଫରୁ ରୁ ବିବେକାନନ୍ଦ ମିଶ୍ର, ରାଜେଶ ପାଢ଼ୀ, ବିଜୟ ସାଇଗଲ,ପ୍ରଶାନ୍ତ ଭାଇସା,ଜୟ କୃଷ୍ଣ ବଗାର, ସୋନୁ ଯାଦବ,ଅଭିଜିତ ବାରିକ ଓ ଅଭିଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ |