ହେଡଲାଇନସ୍:

"ବେଦାନ୍ତ ଓ ଭୂଷଣ ନିମନ୍ତେ ଝାରସୁଗୁଡ଼ାରେ ପରିବେଶ ପ୍ରଦୂଷଣର ହାର ବୃଦ୍ଧି ପାଇଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ାରେ ବର୍ଦ୍ଧିତ ପ୍ରଦୂଷଣ : ବରଗଡ଼ ସାଂସଦଙ୍କ ଚିନ୍ତା ପ୍ରକଟ। 

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷଙ୍କୁ ଲେଖିଲେ ପତ୍ର 

ଝାରସୁଗୁଡ଼ା :(ସୁଭାଷ ସହାରେ) : ବେଦାନ୍ତ ଓ ଭୂଷଣ ନିମନ୍ତେ ଝାରସୁଗୁଡ଼ାରେ ପରିବେଶ ପ୍ରଦୂଷଣର ହାର ବୃଦ୍ଧି ପାଇଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ସୁରେଶ ପୁଜାରୀ। କମ୍ପାନୀ ଗୁଡ଼ିକ ଯେଉଁ ଭଳି ଭାବରେ ନିର୍ଗତ ପାଉଁଶକୁ ବେପରୁଆ ଭାବରେ ଏଣେ ତେଣେ ପକାଉଛନ୍ତି, ତାହା ପାଇଁ ପରିବେଶର ଅବସ୍ଥା ଅତି ମାତ୍ରାରେ ବଢ଼ୁଛି ଏବଂ ଫଳାଫଳ ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ଉପରେ ହିଁ ଦେଖିବାକୁ ମିଳୁଛି। 

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ  ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ଲେଖିଥିବା ଏକ ପତ୍ରରେ ଶ୍ରୀ ପୁଜାରୀ ଏହି ବିଷୟକୁ ନେଇ ଏକ ତଦନ୍ତ କରି ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। 

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଅଞ୍ଚଳର ଜନୈକ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଦାୟର କରାଯାଇଥିବା ପେଟିସନକୁ ସେ ନିଜ ପତ୍ରରେ ସଂଲଗ୍ନ କରି ସେ ଏହି ମାମଲାର ସମସ୍ତ ତଦନ୍ତ ବିଷୟରେ କେଉଁ ପଦକ୍ଷେପ ନିଆଗଲା, ତାହା ମଧ୍ୟ ଜଣାଇବାକୁ କହିଛନ୍ତି। 

ଅନ୍ୟ ଏକ ସମସ୍ୟା ଆସିଛି ବ୍ରଜରାଜନଗର ଅଞ୍ଚଳରୁ।ଏଠାରେ  ମଧ୍ୟ କଳକାରଖାନାରୁ ନିର୍ଗତ ପାଉଁଶକୁ ସ୍ଥାନାନ୍ତରିତ କରିବା ନେଇ ଲୋକେ ବାରମ୍ବାର ଆନ୍ଦୋଳନ କରିବା ଏକ ନିୟମିତ ଘଟଣା ହୋଇଗଲାଣି। ବ୍ରଜରାଜନଗରର କଳକାରଖାନାରୁ ବାହାରୁ ଥିବା ପାଉଁଶକୁ ଜଙ୍ଗଲ ଓ ସରକାରୀ ଜମିରେ ପକାଇ ଦେଉଥିବାରୁ ପରିବେଶ ଓ ଲୋକଙ୍କ ସ୍ବାସ୍ଥ୍ୟରେ ପ୍ରତିକୂଳ ପ୍ରଭାବ ପକାଉଛି। ଗତ ଜାନୁୟାରୀ ମାସରେ ଏହି ଡମ୍ପିଂକୁ ବିରୋଧ କରି ସ୍ଥାନୀୟ ଅଧିବାସୀମାନେ ପାଉଁଶ ପରିବହନ କରୁଥିବା ଯାନ ମାନଙ୍କୁ  ଅଟକ ରଖିଥିଲେ। ପ୍ରଶାସନ ଏଥିପାଇଁ ୭ ଦିନରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ଫଳରେ ବ୍ରଜରାଜନଗର ଅଞ୍ଚଳରେ ପାଉଁଶ ପରିବହନ କିଛି ଦିନ ବନ୍ଦ ରହିଥିଲା। ମାତ୍ର ଗତ କିଛି ଦିନ ହେଲା ପୁଣି ଏହାର ପରିବହନ ପୁନର୍ବାର ଆରମ୍ଭ ହୋଇଥବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।ଏହି ଘଟଣାକୁ ନେଇ ଗଣସାଧାରଣ ଗତକାଲି ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କୁ ପାଉଁଶ ପରିବହନ ବନ୍ଦ କରିବା ନିମନ୍ତେ ଏକ ଦାବିପତ୍ର ଦେଇଥିଲେ। ସିଡିପିଓ ଏହାକୁ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। 

ସୂଚନାଯୋଗ୍ୟ ଯେ କିଛି ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟାରେ ରହି କିଛି ନିର୍ବାଚିତ ପ୍ରତିନିଧି ଓ କୁଜିନେତା ଏଠାରେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଖାତର ନ କରି ପାଉଁଶ ବେପାର ଚଳାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଯଦି ଏହା ନେଇ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଏକ ଜନ ଆନ୍ଦୋଳନକୁ କେହି ରୋକି ପାରିବେ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

0
0
0
s2sdefault