ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁରୁ ଆଜି ପୁଣି ୧୮ଜଣ ବାହ୍ୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଡ଼ଗାଁ ବ୍ଳକ ଅଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୫ରେ ପହଁଚିଛି । ସୁନାମୁହିଁର ପ୍ରଥମ ବାହ୍ୟ ସଂକ୍ରମଣ ପରେ ସୁନାମୁହିଁରୁ ସଂକ୍ରମିତଙ୍କ ସଂଖ୍ୟା କମିବାର ଯେମିତି ନାଁ ଧରୁନି । ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ପ୍ରଶାସନ ୧୦ଦିନ ହେଲା ଏହି ସବୁ ଅଂଚଳକୁ କଂଟେନମେଂଟ ଓ ବଫର ଜୋନ ଘୋଷଣା କରିଥିବା ସତ୍ୱେ ପୁଣି ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଥିବା ସହିତ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି କେବଳ ସୁନାମୁହିଁରୁ-୧୪ଜଣ ସଂକ୍ରମିତ ହୋଇଥିବା ବେଳେ ଖଙ୍ଗାରପଲ୍ଲୀରୁ-୧, କୁରାଳ-୧, ଗିରିଡିପଲ୍ଲୀ-୧, କୋମଣ୍ଡ-୧ଜଣ ବାହ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ବେଳେ ୪ଜଣ ମହିଳା ଏବଂ ୧୧ଜଣ ପୁରୁଷ ରହିଛନ୍ତି । ପ୍ରଶାସନ ତରଫରୁ ନୟାଗଡ଼-ଗଞ୍ଜାମ ସିମା ସିଲ ଠାରୁ କଂଟେନମେଂଟ ଓ ବଫର ଜୋନ ପରି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ଗ୍ରହଣ କରିଥିଲେ ସୁଧା ସାଧାରଣରେ ସଚେତନତା ପ୍ରତି ଧ୍ୟାନ ରହୁନଥିବା ଦେଖିବାକୁ ମିଳୁଛି ।