ହେଡଲାଇନସ୍:

ଶ୍ୟାମମେଟାଲିକ୍ସରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଟ୍ରକ ମାଲିକଙ୍କ ଦାବୀକୁ ପ୍ରଶାସନର  ଅଣଦେଖା l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଟ୍ରକ ମାଲିକ ମାନେ   ଦାବୀ କରିଆସୁଛନ୍ତି l  ମାତ୍ର, ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l  ଏନେଇ ମାଲିକ ମାନଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହିତ  ଜ଼ିଲ୍ଲାପାଳ ଙ୍କୁ ଗତ ୨୨ ଏବଂ ୨୯ ତାରିଖ ସୂଚନା ଦିଆଯାଇଥିଲା l ପ୍ରଥମେ ଗତ ୨୨ ତାରିଖ ଜ଼ିଲ୍ଲାପାଳ ଙ୍କୁ ଭେଟି ଦାବୀ କରିବା ପରେ  ୩ ଦିନ ଭିତରେ ଏକ ତ୍ରିପାକ୍ଷିକ ବୈଠକ କରି ଏହାର ସମାଧାନ ପାଇଁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ପ୍ରତିଶୃତି ଦିଆଯାଇଥିଲା l କିନ୍ତୁ  ବୈଠକ ହେବା  ନେଇ କୌଣସି  ସୂଚନା ନ ମିଳିବା ରୁ ୨୯ ତାରିଖ  କର୍ମକର୍ତ୍ତା ପୁଣି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ଯଥା ଶୀଘ୍ର ଏହି ବୈଠକ କରିବାକୁ ଦାବୀ କରିଥିଲେ l ଗୁରୁବାର  ଏହି ମର୍ମ ରେ ଟ୍ରକ ମାଲିକ ମାନେ ପୁଣି ଥରେ ଜ଼ିଲ୍ଲାପାଳଙ୍କ ଠାରେ ଏହି  ଦାବୀ କରିଛନ୍ତି l  ଅନ୍ୟଥା ଆଗାମୀ  ଦିନରେ କମ୍ପାନୀ ଗେଟ ସମ୍ଭୁଖ ରେ କରୋନା କଟକଣା ସାମାଜିକ ଦୂରତ୍ୱ କୁୁ ଗୁରୁତ୍ୱ ଦେଇ  ଧାରଣା ଦିଆଯିବ ବୋଲି ସେମାନେ ପତ୍ର ରେ ଉଲ୍ଲେଖ କରିଛନ୍ତି l ଟ୍ରକ ମାଲିକ ସ୍ୱାଗତ କୁମାର ନାୟକ, ପ୍ରତିମା ମେହେର, ଅର୍ଚନା ସାହୁ, ରୁଦ୍ର ପ୍ରତାପ ମେହେର, ଶେଖ ଆସିଫ, ସହଦେଵ ସାହୁ ପ୍ରମୁଖ ଦାବୀ କରିଛନ୍ତି l ଏହି ଦାବୀ ପତ୍ର ର ଗୋଟିଏ ଲେଖାଏଁ କପି ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଜ଼ିଲ୍ଲା  ଆରକ୍ଷୀ ଅଧିକ୍ଷକ, ଆରଟିଓ, ରେଙ୍ଗାଲି ଥାନାଧିକାରୀ, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି l

0
0
0
s2sdefault