ହେଡଲାଇନସ୍:

ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ବଲାଙ୍ଗିର (ନିରୋଜ ମିଶ୍ର ) - ଶିକ୍ଷମ ମାନଙ୍କ ନ୍ୟାର୍ଯ୍ୟ ଅର୍ଥ ପ୍ରାପ୍ତିରୁ ବଂଚିତ  ହେବା, ବାରମ୍ବାର ଦାବି କଲେ ମଧ୍ୟ ସରକାର ଧ୍ୟାନ ନ ଦେବା ଯୋଗୁଁ ବିଭିନ୍ନ ସରକାରୀ, ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ତଥା ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷାକର୍ମଚାରୀ ନୈରାଶ୍ୟ ମଧ୍ୟରେ ଗତି କରୁଛନ୍ତି । ତେଣୁ ଆସନ୍ତା ମଇ ମାସ ସୁ୍ଦ୍ଧା  ଦାବି ପୂରଣ ପାଇଁ ୭ ଦଫା ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବି  ଗୁଡିକ ମଧ୍ୟରେ ନୂତନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷା କର୍ମଚାରୀଙ୍କ ବେସରକାରୀ ଚାକିରୀ କାଳ ଓ ସରକାରୀ ଚାକିରୀ କାଳକୁ ୧:୧ ଭିତ୍ତିରେ ଗଣନା କରାଯାଇ ଆରଏସିପି ପ୍ରଦାନ କରାଯାଉ, ରାଜ୍ୟରେ ଥିବା ୬୪୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ତୁରନ୍ତ ସରକାରୀ କରାଯାଉ ଏବଂ ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷକ, ଶିକ୍ଷା କର୍ମଚାରୀମାନଙ୍କ ପାଇଁ ତା. ୦୧.୦୧.୨୦୧୬ରିଖ ଠାରୁ ସପ୍ତମ ବେତନ କମିଶନ ଲାଗୁ କରାଯାଇ ସମସ୍ତ ବକେୟା ଅର୍ଥ ପ୍ରଦାନ କରାଯାଉ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ନୂତନ ଅନୁଦାନ ନିୟମ ୨୦୧୭ ଲାଗୁ ହୋଇ ସାରିଥିଲେ ମଧ୍ୟ ଏଯାବତ ସେମାନଙ୍କୁ ଦରମା ଦିଆଯାଇ ନାହିଁ । ବିନା ସତ୍ୟପାଠରେ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ ଏବଂ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଗ୍ରେଡ ପେରେ ଥିବା ଅସଙ୍ଗତି ଦୂର କରିବା ସଙ୍ଗେ ସଙ୍ଗେ ହିନ୍ଦୀ, ସଂସ୍କୃତ ତଥା ଖେଳ ଶିକ୍ଷକଙ୍କୁ ଉଚ୍ଚତର ଦରମା ପ୍ରଦାନ କରାଯାଉ, ସରକାରଙ୍କର ଘୋଷଣା ଅନୁଯାୟୀ ସରକାରୀ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷା କର୍ମଚାରୀଙ୍କୁ ତା. ୦୧.୦୧.୨୦୧୬ରିଖ ଠାରୁ ତା. ୩୦.୧୧.୨୦୧୭ରିଖ ପର୍ଯ୍ୟନ୍ତ ସପ୍ତମ ବେତନ କମିଶନ ଅନୁଯାୟୀ ବର୍ଦ୍ଧିତ ପେନସନର ଶତ ପ୍ରତିଶତ ବକେୟା ପାଉଣା ପ୍ରଦାନ କରାଯାଉ, ଅନୁଦାନ ଯୋଗ୍ୟ ୧୭୭ଟି ମାଧ୍ୟମିକ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପରିସର ଭୁକ୍ତ କରାଯାଉ, ପଦୋନ୍ନତୀ ଜରିଆରେ ପ୍ରଧାନ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରାଯିବା ସହିତ ଖାଲି ପଡିଥିବା ସମସ୍ତ ସହକାରୀ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ମଧ୍ୟ ପୂରଣ କରାଯାଉ, ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଶୂ ନ୍ୟ ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ସରକାରୀ ନିତୀ ପ୍ରଣୟନ କରାଯାଉ । ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଛାୟାକାନ୍ତ ସାହୁ, ଜିଲ୍ଲା ସମ୍ପାଦକ କୁଶଧ୍ୱଜ ସାହୁ, ଉପଦେଷ୍ଟା ସୁଧାଂଶୁ ଶେଖର ବାବୁ, ଅବନୀ କୁମାର ତ୍ରିପାଠୀ, ସଞ୍ଜିବ କୁମାର ହୋତା, ତାରାକାନ୍ତ ମିଶ୍ର,  ରସାନନ୍ଦ ମହାପାତ୍ର, ରାମ ଚନ୍ଦ୍ର ଷଡଙ୍ଗୀ, ରଞ୍ଜିତ ମିଶ୍ର ତଥା ସମସ୍ତ ବ୍ଲକର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଗଣେଶରାମ ପାଢୀ ଓ ରାଧାକାନ୍ତ ମାଝୀ ଦାବିପତ୍ର ଗ୍ରହଣ କରିଥିଲେ । 

0
0
0
s2sdefault