ହେଡଲାଇନସ୍:

 ସରୋଜିନୀଙ୍କ ଲଗାତାର ଦାବି ଫଳବତୀ ହେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ ରାଜପଥରେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ ନିର୍ମାଣ ପାଇଁ  ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ କୃତଜ୍ଞତା ଜଣାଇଲେ ମୟୂରଭଞ୍ଜବାସୀ

27-04-18-sarojini-w.jpg - 85.78 kB

ବାରିପଦା (ଦିଲ୍ଲୀପ ମହାନ୍ତି)  - ବାଲେଶ୍ୱର ଠାରୁ ଝାରପୋଖରୀଆ ପର୍ଯ୍ୟନ୍ତ ୮୧ କି.ମି. ୪ ଥାକିଆ ରାସ୍ତା ନିର୍ମାଣ କରାଯାଇଥିବା ଜାତୀୟ ରାଜପଥର ତକତପୁର ଛକଠାରେ ଫ୍ଲାଏ ଓଭର, ବେତନଟୀ ଏବଂ ବୈଶିଙ୍ଗାଠାରେ ଗାଡି ମଟର ଚଳାଚଳ ପାଇଁ ଅଣ୍ଡର ପାସ ନିର୍ମାଣ ତଥା କୁଚେଇ, କୁଳିଅଣା, ରାଗଧା, ବେତନଟୀ, ବୈଶିଙ୍ଗା, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଟାଉନ ମଧ୍ୟ ଦେଇ ସର୍ବମୋଟ ୧୬ କି.ମି ୩୦୦ ମିଟର ସର୍ଭିସ ରୋଡ ନିର୍ମାଣ କରାଇବାରେ ରାଜ୍ୟସଭା ସାଂସଦ  ସରୋଜିନୀ ହେମ୍ବ୍ରମ ସକ୍ଷମ ହୋଇଥିବାରୁ ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ, ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ସମ୍ପାଦକ ଶରତ ନାୟକ, ପୂର୍ବତନ ସିନେଟ ସଦସ୍ୟ ସରିତା ବାରିକ, ସଂଘମିତ୍ରା ରାଉତ, ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ସଭାପତି ରାଜକିଶୋର ଆଚାର୍ଯ୍ୟ, ମଧୁବନ ଡେଭେଲପମେଣ୍ଟ କମିଟି ସମ୍ପାଦକ ସଂଗ୍ରାମ କେଶରୀ ଜେନା ଓ ରଘୁନାଥ ପଣ୍ଡା, ବାରିପଦା ପୌରପରିଷଦର ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ଯୁବନେତା ତଥା ପୂର୍ବତନ ବିଧାୟକ ଛତିଶ ଚନ୍ଦ୍ର ଧଳ, ଯୁବନେତା କୃଷ୍ଣଚନ୍ଦ୍ର ଦାସ, ପ୍ରଭାତ ନାୟକ, ଅଧ୍ୟାପକ ପ୍ରବୀର ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ପରିଡା, ମଦନ ମୋହନ ସାହୁ, ଅଧ୍ୟାପିକା ମୀରା ସେନାପତି, ବିଜୟା ନାୟକ, ତନୁଶ୍ରୀ ପାଣ୍ଡେ ଓ ଅନ୍ୟମାନେ ଶ୍ରୀମତୀ ହେମ୍ବ୍ରମଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟସଭା ସାଂସଦ  ସରୋଜିନୀ ହେମ୍ବ୍ରମଙ୍କ ଉଦ୍ୟମ ଯୁବ ପୀଢିଙ୍କୁ ଉତ୍ସାହିତ କରିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । 

ଏଠାରେ ସୂଚନା ଯୋଗ୍ୟ ଝାରପୋଖରିଆ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଚାରି ଥାକିଆ କରିବା ପାଇଁ ଯେଉଁ ଅଟକଳ କରାଯାଇଥିଲା ସେଥିରେ ଫ୍ଲାଏ ଓଭର ଏବଂ ଅଣ୍ଡରପାସ ନିର୍ମାଣ ନିମନ୍ତେ କୌଣସି ପ୍ରସ୍ତାବ ନ ଥିଲା । ତେଣୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ତା. ୧୫.୧୧.୨୦୧୬ ରିଖରେ ଫ୍ଲାଏ ଓଭର, ଅଣ୍ଡର ପାସ ଏବଂ ସର୍ଭିସ ରୋଡ ନିର୍ମାଣ କରିବା ପାଇଁ ବିଭାଗୀୟ ମନ୍ତ୍ରୀ  ନୀତିନ ଗଡକରିଙ୍କୁ ପ୍ରସ୍ତାବ ଦେବା ସହିତ ମନ୍ତ୍ରୀଙ୍କ ସହିତ ବାରମ୍ବାର ଆଲୋଚନା କରିଥିଲେ । ଓଡ଼ିଶାରେ ଅବସ୍ଥାପିତ ଜାତୀୟ ରାଜପଥର ଚିଫ୍ ଜେନେରାଲ ମ୍ୟାନେଜର ଧର୍ମାନନ୍ଦ ଷଢଙ୍ଗୀଙ୍କ ସାହିତ ସାଂସଦ ଶ୍ରୀମତୀ ହେମ୍ବ୍ରମ ବେତନଟୀ, ବୈଶିଙ୍ଗା, ତକତପୁର ଓ କଳାବଡିଆ ଆଦି ସ୍ଥାନ ବୁଲି ଦେଖିବା ସହିତ ଅଟକଳ ଏବଂ ଡିଜାଇନରେ ପରିବର୍ତ୍ତନ କରାଇବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ସମୟରେ ତା. ୨୧.୦୬.୨୦୧୭ରେ ପୁଣି ଫ୍ଲାଏ ଓଭର, ଅଣ୍ଡରପାସ ଏବଂ ସର୍ଭିସ ରୋଡ ନିର୍ମାଣ ନିମନ୍ତେ ପରିବର୍ତ୍ତନ କରାଯାଇଥିବା ଅଟକଳ ଏବଂ ଡିଜାଇନକୁ ଅନୁମୋଦନ କରିବା ପାଇଁ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରୀ  ନୀତିନ ଗଡକରିଙ୍କୁ ତଥ୍ୟ ଭିତ୍ତିକ ଦାବିପତ୍ର ଉପସ୍ଥାପନା କରିଥିଲେ । ଫଳ ସ୍ୱରୂପ ବାରିପଦାର ତକତପୁରଠାରେ ଫ୍ଲାଏ ଓଭର, ବେତନଟୀ, ବୈଶିଙ୍ଗାଠାରେ ଅଣ୍ଡରପାସ ନିର୍ମାଣ ନିମନ୍ତେ ଚୂଡାନ୍ତ ହୋଇଛି ଯାହାର ମୋଟ ଅଟକଳ ମୂଲ୍ୟ ୯୭ କୋଟି ଟଙ୍କା ।

0
0
0
s2sdefault