ଭୁବନେଶ୍ୱର : ଆଜି କରୋନା ରୋଗରେ ଗଂଜାମ ଜିଲ୍ଲାର ୭୭ ବର୍ଷ ବୟସ୍କ ବ୍ୟକ୍ତି ଓ ଯାଜପୁର ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦେହାନ୍ତ ହେବା ସହ ୪୫୬ ଜଣ କୋବିଦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୬୨ ଜଣ କରୋନା ଆକ୍ରାନ୍ତ | ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟ ୬୪୮୬ ରେ ପହଂଚିଛି | ସେମାନଙ୍କ ମଧ୍ୟରେ ଅଛନ୍ତି ସର୍ବାଧିକ ୭୩ ଜଣ ଗଞ୍ଜାମରୁ | ସେହିପରି ୪୯ଜଣ ଗଜପତିରୁ, ୨୫ଜଣ ଜଗତସିଂହପୁରରୁ, ୧୬ଜଣ ରାୟଗଡ଼ାରୁ, ୧୫ଜଣ କଟକରୁ, ୧୪ଜଣ ବରଗଡରୁ, ୧୩ଜଣ ଖୋର୍ଦ୍ଧାରୁ , ୧୨ଜଣ ଲେଖାଏ ଭଦ୍ରକରୁ ଓ ପୁରୀରୁ, ୮ଜଣ କେନ୍ଦ୍ରାପଡ଼ାରୁ, ୪ଜଣ ଲେଖାଏ ଯାଜପୁର ଓ ସୁନ୍ଦରଗଡରୁ, ୩ ଜଣ ଲେଖାଏ ଅନୁଗୁଳ, ବାଲେଶ୍ୱର, ନୟାଗଡ ଓ ନବରଂଗପୁରରୁ ସର୍ବୋପରି ବୌଧ, ଝାରସୁଗୁଡା , କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି |
ରାଜ୍ୟ
ରାଜ୍ୟରେ ସୁସ୍ଥ ହେଲେ ୨୬୨ ଜଣ କରୋନା ଆକ୍ରାନ୍ତ
- Hits: 524