ହେଡଲାଇନସ୍:

ବିଶ୍ୱ ମ୍ୟାଲେରିଆ ନିରାକରଣ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାୟଗଡ଼ା(ସରୋଜ ସାହୁ) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି  । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ | ନିଜର ବକ୍ତବ୍ୟରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ପାଇଁ ଦମନ କାର୍ଯ୍ୟକ୍ରମ ଗୋଟିଏ ଭଲ ପଦକ୍ଷେପ  । ଏହା ସହିତ ମଶାରୀ ବଂଟନ ଓ ଏହାର ବ୍ୟବହାର ପାଇଁ ଲୋକଙ୍କୁ ବୁଝାଇବା ଦ୍ୱାରା ଜିଲ୍ଲାରୁ ମ୍ୟାଲେରିଆ କମିଯାଇଛି । ଦୁର୍ଗମ ଅଂଚଳ ଓ ସେବାଶ୍ରମମାନଙ୍କରେ ପ୍ରତିଷେଧକ ମୂଳକ କାର୍ଯ୍ୟକ୍ରମ ଅତି ଆବଶ୍ୟକ ରହୁଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଏହା ସମସ୍ତ ଟିମ୍ ମ୍ୟାଲେରିଆ ନିରାକରଣ ତାଙ୍କର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଥିଲେ  ।

ଏହି କାର୍ଯ୍ୟକ୍ରମରେ ଡଃ ଭିଏଲ ଏନ ପୃଷ୍ଟି ମ୍ୟାଲେରିଆ ଅଫିସର ବିସ୍ତୃତ ଭାବେ ଜିଲ୍ଲାରୁ ୨୦୧୫ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ମ୍ୟାଲେରିଆର ସ୍ଥିତି ସମ୍ପର୍କରେ ଉପସ୍ଥାପନ କରିଥିଲେ  । ପ୍ରକାଶ ଥାଉକି ଚଳିତ ମାର୍ଚ୍ଚ ମାସରେ ମ୍ୟାଲେରିଆରେ କୌଣସି ଲୋକ ମୃତ୍ୟୁବରଣ  କରିନଥିବା ପ୍ରକାଶ କରିଥିଲେ । ଏହା ବିରଳ ସଫଳତା ଓଡ଼ିଶାର ପ୍ରଥମ ହୋଇଥିବାର ରାଜ୍ୟ ସରକାର ରାୟଗଡ଼କୁ ପୁରସ୍କୃତ କରିଛନ୍ତି ।

ଚଳିତ ବର୍ଷରେ ଦୀର୍ଘସ୍ଥାୟୀ ଔଷଧ ଉପକାରିତା ମଶାରୀ ବଂଟନ ଓ ଏହାର ବ୍ୟବହାର ପାଇଁ ଜନସଚେତନତା କରିବା, ଦୁର୍ଗମ ଅଂଚଳର ଦମନ କାର୍ଯ୍ୟକ୍ରମ ବ୍ୟାପକ କରିବା,  ଆଶ୍ରମ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିବ, ସ୍ୱାସ୍ଥ୍ୟକାନ୍ଥ ମାଧ୍ୟମରେ ଜନସଚେତନ କରିବା ,  ନିୟମିତ ହେମଗ୍ଲୋବିନ ପରୀକ୍ଷା କରିବା. ନିୟମିତ ତଦାରଖ କରିବା  କାର୍ଯ୍ୟକ୍ରମ ରଖାଯାଇଛି  ।

ଏହି ବୈଠକରେ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲର ମୁଖ୍ୟ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶିବପ୍ରସାଦ ପାଢୀ ଓ ଅନ୍ୟାନ୍ୟ ଡାକ୍ତରମାନେ ଯୋଗଦାନ କରିଥିଲେ  ।  ଏଥିରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଆଶାକର୍ମୀ କୁନିଦୋରା, ଦୁଃଖିମା ବଳିଆର ସିଂହ, ସାବିତ୍ରୀ ମାଝୀଙ୍କୁ ପୁରସ୍କୃତ  କରାଯାଇଥିଲା  । ସେହିପରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ତରରେ ରାମନଗୁଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମିଳୁଛି । ସ୍ୱାସ୍ଥ୍ୟ ଉପକେନ୍ଦ୍ର, କାଗିପୁରର କାହ୍ନୁଗୁଡ଼ା, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ବିଷମ କଟକର ବଡ଼ଗୋତିଗୁଡ଼ା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ପୁରସ୍କୃତ କରାଯାଇଛି । ସେହିପରି ବିଷମ କଟକ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରାଯାଇଛି ।

0
0
0
s2sdefault