ହେଡଲାଇନସ୍:

ପେଟୁପାଲିରେ ନିଳକଣ୍ଠେଶ୍ବର ମନ୍ଦିର ପ୍ରତିଷ୍ଠା ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 


27-04-18-padampur-.jpg - 189.87 kB
ପଦ୍ମପୁର/ Nila Deep - ସୋହେଲା ବ୍ଳକ ଅନ୍ତର୍ଗତ ଘେଁସ ନିକଟସ୍ଥ ପେଟୁପାଲି ଗ୍ରାମରେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି ।ଗତ ରବିବାର ସପ୍ତମୀ ତିଥିରେ କଳସ ଆବାହନ ଓ ମଣ୍ଡପ ଶୋଧନ ହୋଇ ସୋମବାର ତୋରଣ ପୂଜନ,ଦ୍ବାରପୂଜା,ଶସ୍ୟଭିଷେକ,ଯୁପସ୍ନାନ ଓ ଅଗ୍ନିପୂଜା,ଅନୁଷ୍ଠିତ ହୋଇଛି ।ପେଟୁପାଲି ଜମିଦାର ସୁରେଶ ସିଂ ବରିହା ଓ ତାଙ୍କ ସହଧର୍ମିଣୀ ମୁଖ୍ୟ କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଲେ ଗ୍ରାମର ବଡ଼କଟା(ପୋଖରୀ) ଠାରେ ନିର୍ମିତ ନୀଳକଣ୍ଠେଶ୍ବର ମନ୍ଦିର ପାର୍ଶ୍ଵରେ ଶ୍ରୀଗଣେଶ ମନ୍ଦିରଟି ସରପଞ୍ଚ ଘୋଷାମଣି ବାଗ,ଦୁର୍ଗା ମନ୍ଦିରଟି ହରିହର ମେହେର,କାର୍ତ୍ତିକ ମନ୍ଦିରଟି ଋକ୍ମଣ ବାଗ,ହନୁମାନ ମନ୍ଦିରଟି ଲକ୍ଷ୍ମଣ ମେହେର,ତୁଳସୀ ଦେବୀ ମନ୍ଦିର ମୁରଲୀ ରାଉତିଆ,ଷଣ୍ଢ ସ୍ଥାପନ ଆନନ୍ଦ ମେହେର,ଭୈରବ ମନ୍ଦିର ଭବାନୀଶଙ୍କର ମେହେର,ମୁଖ୍ୟଦ୍ବାର ପୀତବାସ ରାଉତିଆ, ଏବଂ ବିଶାଳକାୟ ହନୁମାନ ମୂର୍ତ୍ତି ବକୁଳ ଲୁହାଙ୍କ ଦ୍ବାରା କର୍ତ୍ତା ଦାୟିତ୍ୱ ତୁଲାଇ ପ୍ରତିଷ୍ଠା କରାଯାଇଛି ।ବୁଧବାର ଦେବତା ପୂଜନ,ଅଭିଶେକ ହୋଇଥିବା ବେଲେ ଗୁରୁବାର ହୋସଯଞ୍ଜ ଓ ମନ୍ଦିର ଶୋଧନ କରାଯାଇଛି ।ଭକ୍ତଙ୍କ ମନୋରଞ୍ଜନ ପାଇଁ ଭକ୍ତି ସଙ୍ଗୀତ,ସଂଚାର ପରିବେଷଣ,ପାଳା,ଅପେରା ତଥା ମ୍ୟାଜିକ ସୋ ସହିତ ମୀନାବଜାରର ବ୍ୟବସ୍ଥା କରାଯାଇଛି ।ଭକ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି ।ପେଟୁପାଲି ଗ୍ରାମର ସ୍ବଛ୍ଛାସେବୀ ଓ ସୁରକ୍ଷା ବାହିନୀ ମିଳିତ ଉଦ୍ୟମରେ ଶାନ୍ତି ଶୄଙ୍ଖଳା ରକ୍ଷା କରାଯାଇଛି ।ଶୁକ୍ରବାର ଦିନ ଚକ୍ର ତ୍ରିଶୂଳ  ଧ୍ବଜାରୋହଣ ଓ ଦେବତା ପ୍ରବେଶ କରି ପୂର୍ଣ୍ଣାହୂତି ହେବ 

0
0
0
s2sdefault