ହେଡଲାଇନସ୍:

ପୂର୍ବତଟ ରେଳପଥ ପକ୍ଷରୁ କଟକ ରେଳ ଷ୍ଟେସନ ଠାରେ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ (ଶାସକ ପ୍ରଶାସକ) : କୋଭିଡ-୧୯ ମହାମାରୀକୁ ସାମ୍ନା କରିବା ପାଇଁ ସପ୍ତାହ ବ୍ୟାପି ଜନ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ଉପସ୍ଥିତିରେ କଟକ ରେଳ ଷ୍ଟେସନ ଠାରେ ରେଳ କର୍ମଚାରୀ ଓ ରେଳ ବ୍ୟବହାରକାରୀ ମାନଙ୍କୁ କୋରୋନା ଭାଇରସ ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ ବିଭିନ୍ନ ଉପାୟ ଓ ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଯାଇଛି  I ଏହି ଅବସରରେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରାଜ କୁମାର ଓ ଅତିରିକ୍ତ ମୁଖ୍ୟ ମେଡିକାଲ ସୁପରିନଟେଣ୍ଡେଣ୍ଟ୍ ଡାକ୍ତର ପ୍ରଭାତ କୁମାର ପଟ୍ଟନାୟକ ମାସ୍କ ବ୍ୟବହାର, ହାତ ଧୋଇବାର ଅଭ୍ୟାସ, ସାମାଜିକ ଦୂରତ୍ୱ ପାଳନ  ସହିତ  କରୋନା ରୋଗକୁ ଜୟ କରିବା ପାଇଁ ବିଭିନ୍ନ ଉପାୟ ଓ ଅଭ୍ୟାସ ଗୁଡିକର ଆଲୋଚନା ଓ ପ୍ରଦର୍ଶନ କରିଥିଲେ | ସୂଚନାଯୋଗ୍ୟ ଯେ ଜୁଲାଇ ୧ ଜୁଲାଇ ୨୦୨୦ ରୁ  ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ସମୟରେ, କୋଭିଡ଼୍-୧୯ କୁ ରୋକିବା ପାଇଁ  ହାତ ଧୋଇବା ଓ ମୁଖ ମାସ୍କର ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ବ୍ୟାପକ ଗୁରୁତ୍ୱାରୋପ କରାଯାଉଛି । କୋଭିଡ଼୍-୧୯ କୁ ରୋକିବାର ଉପାୟ ସମ୍ବନ୍ଧରେ ରେଳ ବ୍ୟବହାରକାରୀ ଓ ରେଳ କର୍ମୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ପ୍ରମୁଖ  ଲକ୍ଷ୍ୟ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି |

0
0
0
s2sdefault