ହେଡଲାଇନସ୍:

ଲୋକାର୍ପିତ ହେଲା ନୂଆ ସମ୍ବଲପୁରୀ ଗୀତ "କହିଦେଲା ମୋର୍ କାନେ କାନେ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ପବିତ୍ର ବାହୁଡା ରଥଯାତ୍ରା ଅବସରରେ ପୁଣି ଥରେ ସମ୍ବଲପୁରୀ ସଂଗୀତ କ୍ଷେତ୍ରକୁ ଫେରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ - ସୁଶାନ୍ତ ବରାଇ । 2000 ମସିହାରୁ ସମ୍ବଲପୁରୀ ଭକ୍ତି ସଂଗୀତ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଯୋଡି ପାରିଥିବା ସୁଶାନ୍ତ ବରାଇ ମାଁ ଗୋ ମୋର ଇଷ୍ଟ ଦେବୀ ମାଁ, ଝୁଲି ଝୁଲି ଆସୁଛେ ମା, ବାନ୍ଧି ଗୁଡେ ପାଇଝଲ , ମତେ ତ ମହନି ଲାଗିଛେ ,ଆମେ ସମ୍ବଲପୁରୀଆ ଫୁଲରେ ଭଲି ଲୋକପ୍ରିୟ ଗୀତର ସଂଗୀତ ସ୍ୱର ବାନ୍ଧିଥିବା  ସୁଶାନ୍ତ ବରାଇ ଦୀର୍ଘ ବର୍ଷ ହେଲା କେସେଟ ସଂଗୀତରୁ ଦୂରେଇ ରହିଥିଲେ | ଏବେ  ଏସ୍ ବି ମ୍ୟୁଜିକର ୟୁଟିୟୁବ୍  ଚ୍ୟାନେଲ ମାଧ୍ୟମରେ  ନୂଆ ସମ୍ବଲପୁରୀ ଗୀତ 'କହିଦେଲା ମୋର୍ କାନେ କାନେ ଜରିଆରେ ପୁଣି ଥରେ ସମ୍ବଲପୁରୀ ଗୀତର  ସଂଗୀତ ଦେଇଛନ୍ତି ।  ନୂଆ ସମ୍ବଲପୁରୀ ଗୀତ 'କହିଦେଲା ମୋର୍ କାନେ କାନେ ସମଲେଇ ମନ୍ଦିର ସାମନାରେ ଆଜି ଲୋକାର୍ପିତ ହୋଇଯାଇଛି । ଏହି ଗୀତ ରେ 

ସିନେ କଣ୍ଠଶିଳ୍ପୀ ଶ୍ରୀଜା ପଣ୍ଡା କଂଠଦାନ କରିଥିବା ବେଳେ ଯତୀନ୍ଦ୍ର ପ୍ରଧାନ ଗୀତ ରଚନା  କରିଛନ୍ତି । ଏହି ଗୀତ ସିରିଜର ବିନ୍ଦୁଲତା ବରାଇ ପ୍ରଯୋଜକ ରହିଛନ୍ତି । ସମ୍ବଲପୁରୀ ଲୋକଗୀତ ଉପରେ ଆଧାରିତ  ଏହି ଗିତର ଉନ୍ମୋଚନ ଅବସରରେ ପଶ୍ଚିମାଞ୍ଚଳ ଏକତା ମଂଚର ଆବାହକ ଭବାନୀଶଙ୍କର ଭୋଇ, ଦେବୀପ୍ରସାଦ ଭୋଇ,ସଂଗୀତକାର ତ୍ରିଲୋଚନ ତ୍ରିପାଠୀ, ବସନ୍ତ ମିଶ୍ର, ପ୍ରକାଶ ବରାଇ ପ୍ରମୁଖ  ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୁଶାନ୍ତ ବରାଇ ପରିଚାଳନା କରିଥିଲେ ।

0
0
0
s2sdefault