ହେଡଲାଇନସ୍:

ହେଲମେଟଧାରୀଙ୍କୁ ଗୋଲାପ, ବିନା ହେଲମେଟବାଲାଙ୍କୁ ପିଲା କଲେ ଅନୁରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ସହରରରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ 

26-04-18-PADAMPUR-F---Copy.jpg - 65.33 kB

ପଦ୍ମପୁରରୁ ନୀଳ ଦୀପ  -ଆଜି ପଦ୍ମପୁର ସହରରେ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡ଼ଙ୍କ ତତ୍ବାବଧାନରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରଥିଲା ।ଶୋଭାଯାତ୍ରାକୁ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏଥିରେ ପଦ୍ମପୁର ଥାନା ଅଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନୀ,ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋରଞ୍ଜନ ସିଂ ବରିହା,ପଦ୍ମପୁର ବ୍ଳକ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ,ରାସ୍ତା ନିରାପତ୍ତା ଅଧିକାରୀ,  ଗୋଲାପ ଚନ୍ଦ୍ର ହାଁସଦା,ଏମ.ଭି.ଆଇ ବିଶ୍ବରଞ୍ଜନ ସାହୁ,ସମାଜସେବୀ ନିରୋଜ ଦୋରା,ଘରୋଇ ବସ ମାଲିକ ସଙ୍ଘର ଅଭିନାଶ ମିଶ୍ର ଓ ଶିଶୁପାଳ ଦାସ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ । ଅଞ୍ଚଳ ମହାବିଦ୍ୟାଳୟର ଜାତୀୟ ସମର ଶୀକ୍ଷାର୍ଥୀ ବାହିନୀ,ମୋହନ ବନଛୋରଙ୍କ ନେତୄତ୍ବରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଏନ.ସି.ସି,ହରେକୃଷ୍ଣ ମେହେରଙ୍କ ନେତୄତ୍ବରେ ସ୍କାଉଟ,ଅଭିଳାସ ସାହୁଙ୍କ ନେତୄତ୍ବରେ ରେଡ଼କ୍ରସ,ବାଳିକା ଉଚ୍ଚ ବିଦ୍ୟାଳୟର ନିଳିମାରାଣୀ ମହାନ୍ତିଙ୍କ ନେତୄତ୍ବରେ ଗର୍ଲ୍ସ ଗାଇଡ଼ ଦଳ ସହର ପରିକ୍ରମା କରି ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ସ୍ଲୋଗାନ ମାଧ୍ୟମରେ ପ୍ରଦାନ କରିଥିଲେ । ମନୋରଞ୍ଜନ ସିଂ ବରିହାଙ୍କ ନେତୄତ୍ବରେ ହେଲମେଟ ପିନ୍ଧିଥିଲା ବାଇକ ଚାଳକ ମାନଙ୍କୁ ପୁଷ୍ପ ଗୁଛ୍ଛ ଦେଇ ରାସ୍ତାରେ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ହେଲମେଟ ପିନ୍ଧି ନ ଥିବା ଚାଳକ ମାନଙ୍କୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଶୋଭାଯାତ୍ରାର ସଫଳ ରୂପାୟନ ପାଇଁ ହାଇସ୍କୁଲ ଶିକ୍ଷକ ସୁନିଲ ସିହ୍ନା,କ୍ଷୀରସିନ୍ଧୁ ସୁନା,ଗଙ୍ଗାଧର ମହାନ୍ତି,ଦୀପକ ତିୱ।ରୀ,କୄଷ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ ।ଶେଷରେ ବିଦ୍ୟାଳୟ ପରିସରରେ ଗୋପାଳ ଚନ୍ଦ୍ର ହାଁସଦାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ସଡ଼କ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକୁ ସମାଜସେବୀ ନିରୋଜ ଦୋରା ସଂଯୋଜନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault